Odisha Link
Bridging the Missing Links in Odisha

ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିଲା ବେଳେ ବାପ ପୁଅଙ୍କୁ ଗୁଳିମାଡ଼ା

କଳାହାଣ୍ଡି: କଳାହାଣ୍ଡିର ଜୁନାଗଡ ଅଞ୍ଚଳରେ ବଡ଼ ଧରଣର ଲୁଟ୍ ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପୁଅ ପ୍ରାଣ ହରାଇଲା ପୁଅ, ବର୍ତ୍ତିଗଲେ କିନ୍ତୁ ଗୁରୁତର ହୋଇଛନ୍ତି ବାପା। ସୂଚନା ଅନୁସାରେ, କଳାହାଣ୍ଡିର ବାପ କ୍ଷୀତି ନାୟକ ଓ ପୁଅ ବଳଭଦ୍ର ଆଜି ଭବାନୀପାଟଣାରେ ୬ ଲକ୍ଷ ଟଙ୍କା ଉଠାଇ ଜଙ୍ଗଲ ରାସ୍ତାରେ ଜୁନାଗଡ ଫେରୁଥିଲେ। ଠିକ୍‌ ଏହି ସମୟରେ ଜୁନାଗଡ ନିକଟ ବୋରଗୁଡା ନିକଟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ମୋଟର ସାଇକେଲରେ ପିଛା କରିଥିଲେ। ପରେ ସେମାନଙ୍କୁ ରାସ୍ତାରେ ଆକ୍ରମଣ କରି ଟଙ୍କା ଲୁଟ କରିନେଇଥିଲେ।
ଅନ୍ୟପଟେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ବଳଭଦ୍ର ନାଏକଙ୍କ ମୃତ୍ୟୁ ହୋଇଛି। ଏବଂ ଗୁରୁତର ଅବସ୍ଥାରେ ବାପା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରୁ ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ସ୍ଥାନୀୟ ଅଞ୍ଚଳରେ ଘଟଣାକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଘଟଣା ସ୍ଥଳରେ ପହଁଛି ଛାନଭିନ ଆରମ୍ଭ କରିଛି ପୋଲିସ୍ ।

Comments are closed.