Odisha Link
Bridging the Missing Links in Odisha

ଆତ୍ମହୁତି ଆନ୍ଦୋଳନରୁ ପ୍ରତ୍ୟାହୃତ ହେଲେ ଜଟଣୀ ବିଧାୟକ

ଭୁବନେଶ୍ବର : ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦୀର୍ଘଦିନ ଧରି ବାରମ୍ବାର ଦାବିପାଇଁ ଆନ୍ଦୋଳନ , ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଘେରାଉ, ଦାରୁଠେଙ୍ଗ ଠାରେ ବିକ୍ଷୋଭ କରିବା ସହ ବାରମ୍ବାର ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଜାନୁଆରୀ ୨୬ ତାରିଖ ସୁଦ୍ଧା ଏହି ଦାବିଗୁଡିକ ସମାଧାନ ନହେଲେ ରାଉତରାୟ ଦାରୁଠେଙ୍ଗ ଏବଂ ଜଟଣୀର ୨୭ ଗାଁର ଅଧିବାସୀଙ୍କ ସହିତ ଯାଇ ନବୀନ ନିବାସ ସମ୍ମୁଖରେ ଜାନୁଆରୀ ୨୭ ତାରିଖ ଦିନ ସମୂୂହ ଆହ୍ମହୁତି ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ ।

ଗତ ଜାନୁଆରୀ ୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଦାବିଗୁଡ଼ିକୁ ନେଇ କାର୍ଯ୍ୟ ସଂପାଦନ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ବୋଲି ରାଉତରାୟ ପ୍ରକାଶ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ସଚିବାଳୟରେ ଏ ସଂପର୍କରେ ରାଉତରାୟଙ୍କର ସାକ୍ଷାତ ଡକାଇ ନିମ୍ନ ଦାବିଗୁଡିକରୁ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Comments are closed.