Odisha Link
Bridging the Missing Links in Odisha

ସିଏଏ: ତୁଝେ ଦେଖାତୋ ୟେ ଜାନା ସନମ୍‌, ଶାହରୁଖ୍‌ ହୋ ଗୟେ ବେଗାନା ସନମ୍…

ମୁମ୍ବାଇ: ଦୀପିକା ପାପୁକୋନଙ୍କ ପରେ ଏବେ ବଲିଉଡର ବାଦ୍‌ଶାହା ଶାହରୁଖ୍‌ ଖାନ୍‌ଙ୍କୁ ନେଇ ଚର୍ଚ୍ଚା। ସିଏଏକୁ ଏବଂ ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ) ରେ ହୋଇଥିବା ହିଂସାକୁ ବିରୋଧ କରି ଦିଲ୍ଲୀର ଶାହୀନ ବାଗ ଠାରେ କରାଯାଇଥିବା ଆନ୍ଦୋଳନରେ ଏବେ ଶାହରୁଖ୍‌ ଖାନ୍‌ଙ୍କୁ ଟାର୍ଗେଟ୍ କରାଯାଇଛି। ଏହି ଆନ୍ଦୋଳନରେ ବହୁ ମହିଳା ସାମିଲ ହୋଇଥିବା ବେଳେ ଗୀତ ଗାଇଛନ୍ତି, ତୁଝେ ଦେଖାତୋ ୟେ ଜାନା ସନମ୍‌, ଶାହରୁଖ୍‌ ହୋ ଗୟେ ବେଗାନା ସନମ୍… ଏବଂ ସିଧାସଳଖ ଶାହରୁଖ୍‌ଙ୍କୁ ଟାର୍ଗେଟ୍ କରିଛନ୍ତି। ସିଏଏ ବିରୋଧରେ ବହୁ ବଲିଉଡ ଷ୍ଟାର ନିଜର ମତ ରଖିବା ସହ ଆନ୍ଦୋଳନ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ସମର୍ଥନ କରିଥିବା ବଳେ କାହିଁକି ଶାହରୁଖ୍‌ ଏପର୍ଯ୍ୟନ୍ତ କିଛି ମତାମତ ଦେଇନାହାନ୍ତି। ଗୀତ ଗାଇ ଶାହରୁଖ୍‌ଙ୍କୁ ଟାର୍ଗେଟ୍‌ କରିବା ପରେ ମଧ୍ୟ ଶାହରୁଖ୍‌ ଏନେଇ ଚୁପ୍‌ ରହିଛନ୍ତି କିଛି ମନ୍ତବ୍ୟ ରଖିନାହାନ୍ତି।

Comments are closed.