Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ମୋଦି ସରକାରକୁ ୨୦୨୦ର ପ୍ରଥମ ଝଟକା: କଂଗ୍ରେସ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‌ ସେବା ଉପରେ ବାରମ୍ବାର ପ୍ରତିବନ୍ଧକ ଲଗାଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଯାହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଏହା ହେଉଛି ମୋଦି ସରକାରକୁ ୨୦୨୦ର ପ୍ରଥମ ଝଟକା ବୋଲି କଂଗ୍ରେସ କହିଛି।

କଂଗ୍ରେସ ଦଳର ମୁଖ୍ୟ ପ୍ରବକ୍ତା ରଣଦୀପ ସୁରେଜବାଲା କହିଛନ୍ତି ଯେ, ଇଣ୍ଟରନେଟ୍‌ ସେବା ମୌଳିକ ଅଧିକାର, ବାରମ୍ବାର କଟକଣା ଲଗାଇବା କ୍ଷମତାର ଅପବ୍ୟବହାର କରିବା ନେଇ ସୁପ୍ରିମକୋର୍ଟ ମୋଦି ସରକାରଙ୍କୁ କହିଛନ୍ତି। ଯାହାକି ମୋଦି ସରକାରକୁ ପ୍ରଥମ ଝଟକା ଲାଗିଛି।

ସୂଚନଥାଉକି, ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ୍‌ ସେବା ଉପରେ ବାରମ୍ବାର ପ୍ରତିବନ୍ଧକ ଲଗାଯାଇଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଇଣ୍ଟରନେଟ ସେବା ଜନସାଧାରଣଙ୍କର ମୌଳିକ ଅଧିକାର। କେବଳ ସୀମିତ ସମୟ ପାଇଁ ଏହା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ। କିନ୍ତୁ ସରକାର ଦୀର୍ଘଦିନ ଧରି ଏହି ସେବା ବନ୍ଦ କରିଥିବାରୁ ଏହା ଉପରେ ସମୀକ୍ଷା କରନ୍ତୁ ଏବଂ ଏକ ସପ୍ତାହ ମଧ୍ୟରେ ଇଣ୍ଟରନେଟ ସେବା ଚାଲୁ କରନ୍ତୁ ବୋଲି ଜଷ୍ଟିସ ଏନ.ଭି. ରାମନା, ଆର. ସୁଭାଷ ରେଡ୍ଡୀ ଏବଂ ବି.ଆର. ଗାୱାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ନିର୍ଦେଶ ଦେଇଛନ୍ତି।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ୧୬୦ ଦିନ ହେଲାଣି ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ସ୍ଵେଚ୍ଛାଚାରୀ ଭାବେ କ୍ଷମତା ପ୍ରୟୋଗ କରି ମୌଳିକ ଅଧିକାର ଉପରେ କଟକଣା ଲାଗୁ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜାମ୍ମୁ-କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ ବିରୋଧରେ ଖଣ୍ଡପୀଠ ନିର୍ଦେଶ ଦେଇ କହିଛନ୍ତି, କେନ୍ଦ୍ର ସରକାର ଏକ ସପ୍ତାହ ମଧ୍ୟରେ ଇଣ୍ଟରନେଟ କଟକଣା ଏବଂ ୧୪୪ ଧାରା ଭଳି ସମସ୍ତ କଟକଣା ନିଷ୍ପତ୍ତିର ସମୀକ୍ଷା କରିବେ ଏବଂ ସମସ୍ତ କଟକଣାର ନିଷ୍ପତ୍ତି ସାର୍ବଜନୀନ କରିବେ। ଲଗାତାର କଟକଣା କ୍ଷମତାର ଅପବ୍ୟବହାର ସହ ସମାନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସରକାରୀ ୱେବସାଇଟ୍‌, ଇ-ବ୍ୟାଙ୍କିଂ ସେବା ତୁରନ୍ତ ଚାଲୁ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

Comments are closed.