Odisha Link
Bridging the Missing Links in Odisha

ଡିଇଓ ପ୍ରମୋଦ ପଣ୍ଡା ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। କୋରାପୁଟ ପୁଲିସ୍‌ର ସ୍ପେଶାଲ ସ୍କ୍ୱାଡ୍ ପ୍ରମୋଦଙ୍କୁ କଟକରୁ ଗିରଫ କରିଛି । ମାନସିକ ଚାପ ସହି ନ ପାରି ଜଣେ ଶିକ୍ଷକ ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ମାମଲାରେ ସେ ଗିରଫ ହୋଇଛନ୍ତି ।
ସୂଚନା ଅନୁସାରେ ଡିସେମ୍ବର ୮ରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଆତ୍ମହତ୍ୟା କରିଥିଲେ। ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା ନେଇ ସୁଇସାଇଡାଲ୍ ନୋଟ୍ ମିଳିଥିଲା। ସୁଇସାଇଡାଲ୍ ନୋଟ୍‌ରେ ଡିଇଓଙ୍କ ସହ ୮ ଜଣଙ୍କୁ ଦାୟୀ କରାଯାଇଥିଲା। ଡିଇଓଙ୍କୁ ଗିରଫ କରାଯିବା ନେଇ କୋରାପୁଟ ପୁଲିସ୍‌ ତରଫରୁ ସୂଚନା ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିଲା କୋରାପୁଟ ପୁଲିସ୍‌।

Comments are closed.