Odisha Link
Bridging the Missing Links in Odisha

ବିଜୁଳି କାଟ୍‌କୁ ବିରୋଧ କରୁଛି ବିଜେପି

ଭୁବନେଶ୍ବର: ଜାନୁଆରି ୧୫ସୁଦ୍ଧା ଯେଉଁମାନଙ୍କର ବିଜୁଳି ବିଲ୍ ବକେୟା ଅଛି ତାହା ତୁରନ୍ତ ପୈଠ ନକଲେ ବିଜୁଳି ସଂଯୋଗ କଟାଯିବା ଘଟଣାକୁ ବିରୋଧ କରିଛି ବିଜେପି। ଖାଉଟିମାନଙ୍କ ଉପରେ ବୋଝ ଲଦିବାକୁ ଚାହୁଁଛନ୍ତି ସରକାର । ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି ବିଜେପି କହିଛି । ଟାଟା ବୋଧେ କହିଛି ବକେୟା ଅର୍ଥ ନଦେଲେ ସେସୁକୁ କିଣିବ ନାହିଁ ବୋଲି ବିଜେପି କହିଛି ।

ସୂଚନାଯୋଗ୍ୟ ଯେ, ବକେୟା ବିଦ୍ୟୁତ୍ ବିଲ୍ ନଦେଲେ ବିଦ୍ୟୁତ୍ କଟିବ ବୋଲି ପୂର୍ବରୁ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସେସୁ) ପକ୍ଷରୁ ସତର୍କ କରାଯାଇଥିଲା । ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଦ୍ୟୁତ୍ ବିଲ୍ ନଦେଲେ, ତାପର ଦିନ ଅର୍ଥାତ୍ ୧୬ ତାରିଖରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ । ଅର୍ଥାତ୍ ଲାଇନ୍ କଟିବ । ସେସୁ ପକ୍ଷରୁ ସର୍ବସାଧାରଣ ନୋଟିସ୍ ପରେ ଏବେ ଆହୁରି କଠୋର ହୋଇଛି ବିଭାଗ । ଆସନ୍ତା ୧୬ ତାରିଖରୁ ଏକ ସ୍ପେଶାଲ ଡିସକନେକ୍ସନ ଡ୍ରାଇଭ କରିବ ସେସୁ ।

ଏହାସହ ବକେୟା ବିଲ୍ ଆଦାୟ ଲାଗି ବିଦ୍ୟୁତ୍ ଗ୍ରାହକଙ୍କୁ ମଧ୍ୟ କିଛି ସୁବିଧା ଦେବେ ସରକାର । ଗ୍ରାହକଙ୍କ କିସ୍ତିରେ ସେମାନଙ୍କ ବକେୟା ବିଲ୍ ବାବଦ ଅର୍ଥ ପୈଠ କରିପାରିବେ । ତେବେ କେବଳ ଘରୋଇ ଗ୍ରାହକ ନୁହନ୍ତି, ଶିଳ୍ପ ସଂସ୍ଥା, ଘରୋଇ ସଂସ୍ଥା ସହ ସରକାରୀ ସଂସ୍ଥା ଏବଂ କାର୍ଯ୍ୟାଳୟ ବି ବକେୟା ବିଦ୍ୟୁତ୍ ବିଲ୍ ଜନିତ ନିୟମରୁ ବାଦ୍ ପଡିବେ ନାହିଁ । ସେମାନେ ବିଦ୍ୟୁତ୍ ବିଲ୍ ପୈଠ ନକଲେ ସେମାନଙ୍କ ବିଦ୍ୟୁତ୍ ସଂଯୋଗ ମଧ୍ୟ କାଟି ଦିଆଯିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି ।

Comments are closed.