Odisha Link
Bridging the Missing Links in Odisha

ବର୍ଷ ଆରମ୍ଭରୁ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ, ୬ ଅଧିକାରୀଙ୍କୁ ବିଦା କଲେ ନବୀନ

ଭୁବନେଶ୍ବର: ବର୍ଷ ଆରମ୍ଭରୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମିଳିଛି ଦଣ୍ଡ। ୨୦୧୯ ଶେଷ ଭାଗରେ ଦୁର୍ନୀତିକୁ ବରଖାସ୍ତ କରି ଦୁର୍ନୀତିଗ୍ରସ୍ତ ଅଫଇସରଙ୍କୁ ଦଣ୍ଡ ଦେଉଥିଲେ ରାଜ୍ୟ ସରକାର। ଯିଏ କର୍ତ୍ତବ୍ୟରେ ଟିକେ ହେଳା କରୁଛି ତାକୁ ସାଙ୍ଗେ ସାଙ୍ଗେ ଦଣ୍ଡ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଆଜି ଦୁର୍ନୀତି ଓ କର୍ତ୍ତବ୍ୟରେ ଅବହେଳା କରିଥିବା ୬ ଜଣ ଅଫିସରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ।

ତେବେ ୬ ଅଧିକାରୀଙ୍କ ମଧ୍ୟରୁ ୪ ଜଣଙ୍କୁ ଚାକିରିରୁ ବହିଷ୍କାର କରିଥିବା ବେଳେ ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସରକାରୀ ଯନ୍ତ୍ରୀ ନାରାୟଣ ତିଆଡିଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ, କର୍ତ୍ତବ୍ୟରେ ଅବହେଳା କରିଥିବା ନାରାୟଣଙ୍କୁ ବିଦା କରାଯାଇଛି। ସେହିପରି ଅନ୍ୟଜଣେ ସହକାରୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ପଟେଲଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୀର୍ଘ ଦିନ ଧରି ଛୁଟିରେ ରହିଥିବାରୁ ଜ୍ଞାନେନ୍ଦ୍ରଙ୍କୁ ଅବସର ଦିଆଯାଇଛି।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ୪ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି। ସଞ୍ଜୟ କୁମାର ଚୌଧୁରୀ, ପ୍ରଦୀପ ରାୟ, ବିଜ୍ଞାନ ବେଉରିଆ ଏବଂ ଅମୀୟ ସେଠୀ ଭିଜିଲାନ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comments are closed.