Odisha Link
Bridging the Missing Links in Odisha

୪୬ବର୍ଷ ବୟସରେ ହ୍ରିତିକ

ମୁମ୍ବାଇ : ବଲିଉଡ଼ର ଷ୍ଟାର ହ୍ରିତିକ ରୋଶନଙ୍କର ଆଜି ଜନ୍ମ ଦିନ । ସେ ଆଜି ୪୬ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ହ୍ରିତିକ ଜାନୁୟାରୀ ୧୦ , ୧୯୭୪ ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ରାକେଶ ରୋଶନଙ୍କ ପ୍ରଯୋଜିତ ସିନେମା କହୋନା ପ୍ୟାର ହୈ ଜରିଆରେ ବଲିଉଡ଼କୁ ଆସିଥିଲେ ।

ସେ ୨୦୦୦ ମସିହାରେ ସଞ୍ଜୟ ଖାଁଙ୍କ ସୁପୁତ୍ରୀ ସୁଜେନ୍‌ ଖାଁଙ୍କୁ ବିବାହ କରିଥିଲା । କିନ୍ତୁ ପାରିବାରିକ ତିକ୍ତତା ଯୋଗୁ ୨୦୧୪ରେ ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା । ତାଙ୍କ ଅଭିନୀତ ସିନେମା ୱାର ଓ ସୁପର ୩୦ ସୁପର ହିଟ ହେବା ସହ ଦର୍ଶକଙ୍କ ମନ କିଣି ନେଇଥିଲା । ଅଭିନେତା ରିତିକ୍ ରୋଶନ ୧୯ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି ।

ଏବେ ରିତିକ୍‌ ରୋଶନଙ୍କ ସଂପତ୍ତିକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ଏବେ ସେ ୨୬୮୦ କୋଟି ଟଙ୍କାର ସଂପତ୍ତି ମାଲିକ ବୋଲି କୁହାଯାଉଛି। ରିତିକଙ୍କ ପାଖରେ ବିଶ୍ୱପ୍ରସିଦ୍ଧ ‘ରୋଲସ ରୟସ୍‌ ପୋଷ୍ଟ୍‍ ସିରିଜ୍‌ ଟୁ’, ‘ମର୍ସିଡିଜ୍‌ ଏସ୍‌-୫‘,‘ମାଜରାଟି ସ୍ପାଇଭର୍’, ‘ଜାଗୁଆର୍‌ ଏକ୍ସସେସ୍‌ ଫରାରି ମୋଡେନା’ , ‘ରେଞ୍ଜରୋଭର୍‌ ସ୍ପୋର୍ଟସ୍’ ‘ପୋର୍ସ କନ୍ନେଟର୍ବା’ , ଆଦି ଲଗ୍‌ଜରି କାର୍‌ ରହିଛି ।

Comments are closed.