Odisha Link
Bridging the Missing Links in Odisha

ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣା: ୧୮ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିଲେ କିଛି ଦୁର୍ବୁତ୍ତ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ମାର୍କେଟ ବିଲ୍ଡିଂ ଆତଙ୍କରାଜ ଘଟଣାରେ ୧୮ ଜଣଙ୍କୁ ଗିରଫ କରିଛି ପୁଲିସ୍। ପୁଲିସ ବିଭିନ୍ନ ସ୍ଥାନରୁ ଏହି ଅଭିଯୁକ୍ତଙ୍କୁ ଧରିବା ପରେ ସମସ୍ତଙ୍କୁ ଗିରଫ କରିଛି। ଗତକାଲି ସଂଧ୍ୟାରେ ୨୫-୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ ଆତଙ୍କରାଜ କରିଥିଲେ। ଉଠା ଦୋକାନ ଭାଙ୍ଗିବା ସହିତ ଉଠା ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ।

ହକିଷ୍ଟିକ, ଠେଙ୍ଗା ଓ ଭୂଜାଲି ଧରି ବେଶ୍ କିଛି ସମୟ ପୁରା ଅଞ୍ଚଳରେ ଆତଙ୍କରାଜ ସୃଷ୍ଟି କରିଥିଲେ। ଏହି ଯୁବକମାନଙ୍କ ଆକ୍ରମଣରେ ୧୦୦ରୁ ଅଧିକ ଦୋକାନ କ୍ଷତିଗ୍ରସ୍ତ ହୋଇଛି ଏମାନଙ୍କ ଉତ୍ପାତରେ ମାର୍କେଟରେ ଥିବା ସାଧାରଣ ଲୋକେ ଓ ଗ୍ରାହକ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିଥିଲେ। ଜନବହୁଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିଲେ ମଧ୍ୟ ଅସାମାଜିକ ଯୁବକମାନେ ବେଶ୍ କିଛି ସମୟ ଧରି ଅରାଜକତା ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ ।

Comments are closed.