Odisha Link
Bridging the Missing Links in Odisha

ଆତ୍ମହତ୍ୟାର ଭିଡିଓ ସୁଟିଂ

କଟକ: ଆତ୍ମହତ୍ୟାର ଭିଡିଓ ସୁଟିଂ କରି ଆତ୍ମହତ୍ୟା କରିଛିନ୍ତି ଯୁବକ। କଟକ ତାଳଦଣ୍ଡା ରେଳ ଲାଇନ୍‌ରୁ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ପ୍ରେମ ପ୍ରତାରଣାରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ଗଣାପଡିଛି। ମୃତକଙ୍କ ନାମ ହେଉଛି ମନୋଜ ସ୍ୱାଇଁ। ସୂଚନା ମୁତାବକ କଟକ ତାଳଦଣ୍ଡା ରେଳ ଲାଇନ୍‌ ପାକର କିଛି ସ୍ଥାନୀୟ ଲୋକ ରେଳ ଲାଇନ୍‌ ଦେଇ ଯାଉଥିବା ସମୟରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ପୁଲିସକୁ ନେଇ ଖବର ଦେଇଥିଲେ। ଖବର ପାଇ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଘଟଣାସ୍ଥଳରୁ ପୁଲିସ ଯୁବକଙ୍କ ମୋବାଇଲ ସହ ଏକ ସୁସାଇଡ ନୋଟ ଜବତ କରିଛି। ପୁଲିସ ସୁଇସାଇଡ ନୋଟ ଜବତ କରିବା ପରେ ଯୁବକଙ୍କ ପରିଚୟ ଜାଣିବା ସହ ଆତ୍ମହତ୍ୟାର କାରଣ ଜାଣି ପାରିଥିଲା। ପୁଲିସ ଜବତ କରିଥିବା ଫୋନ୍‌ରେ ମନୋଜ ସ୍ୱାଇଁ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓ ସୁଟ କରିଥିବା ବି ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତରୁ ଯୁବକଙ୍କୁ ତାଙ୍କ ପ୍ରେମିକା ଧୋକା ଦେଇଥିବାରୁ ସେ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମନୋଜଙ୍କ ଘର ପୁରୀ ଜିଲ୍ଲା ନିଆଳିରେ ବୋଲି ଜଣାପଡ଼ିଛି।

Comments are closed.