Odisha Link
Bridging the Missing Links in Odisha

ଟ୍ରେନ୍‌ରେ ଯାଆଁଳା ସନ୍ତାନ ଜନ୍ମ

ଲକ୍ଷ୍ମୌ: ଟ୍ରେନ୍‌ ବଗିରେ ଯାଆଁଳା ସନ୍ତାନ ଜନ୍ମ ଦେଲେ ମହିଳା।ଏମିତି କିଛି ଘଟଣା ଘଟିଛି ଜଣେ ଦମ୍ପତିଙ୍କ ସହିିତ। ଉତ୍ତରପ୍ରଦେଶର କାନପୁରରେ ବସବାସ କରୁଥିବା ହୃତେଶ ପୂର୍ବା ଏକ୍ସପ୍ରେସ୍‌ରେ ନିଜର ପତ୍ନୀ ଜ୍ୟୋତି ଦେବୀଙ୍କ ସହିତ ଦୁର୍ଗାପୁରରୁ କାନପୁର ଯାଉଥିଲେ। ଆକସ୍ମିକ ଭାବେ ଜ୍ୟୋତିଙ୍କ ପ୍ରସବ ଯନ୍ତ୍ରଣା ଟ୍ରେନ୍‌ରେ ହିଁ ଆରମ୍ଭ ହୋଇଯାଇଥିଲା। ମହିଳାଙ୍କ ଯନ୍ତ୍ରଣା ଦେଖି ପାଖଆଖ ବଗିରେ ଥିବା ମହିଳାମାନେ ତାଙ୍କ ପାଖକୁ ଆସିଥିଲେ ଟ୍ରେନ୍‌ର ବଗିକୁ ଏକ ଲୁଗାରେ ଘେରେଇ ଦେଇଥିଲେ। ଏହାରି ଭିତରେ ମହିଳା ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ମା’ ଓ ଶିଶୁକୁ ତୁରନ୍ତ ହସ୍‌ପିଟାଲ୍‌ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଚିକିତ୍ସା ପରେ ଉଭୟ ସୁସ୍ଥ ଅଛନ୍ତି।

ଉତ୍ତରପ୍ରଦେଶରେ ରହୁଥିବା ଜ୍ୟୋତି ଦେବୀ (୨୮) ତାଙ୍କ ସ୍ୱାମୀ ହୃତେଶଙ୍କ ସହିତ ଶୁକ୍ରବାର ପୂର୍ବା ଏକ୍ସପ୍ରେସ୍‌ରୁ ଦୁର୍ଗାପୁର ଯାଉଥିବା ବେଳେ ମହିଳାଙ୍କ ପ୍ରସବ ପୀଡ଼ା ଆରମ୍ଭ ହୋଇଯାଇଥିଲା। ଯାତ୍ରୀମାନେ ଏହି ଘଟଣା ସମ୍ପର୍କରେ ଦାନାପୁର କଣ୍ଟ୍ରୋଲ ରୁମ୍‌କୁ ଜଣାଇଥିଲେ। ଟ୍ରେନ୍‌ ବକ୍ସର ଷ୍ଟେସନ୍‌ରେ ପହଞ୍ଚିବା ପରେ ରେଳବାଇ ପୁଲିସ ଯବାନ ମହିଳା ଡାକ୍ତରଙ୍କୁ ସେଠାରେ ବନ୍ଦୋବସ୍ତ କରି ଦେଇଥିଲେ। ଟ୍ରେନ୍‌ରେ ପ୍ରାଥମିକ ଚିକିତ୍ସା ପରେ ମା’ ଓ ଶିଶୁକୁ ରେଳବାଇ ପୁଲିସ ଯବାନ ସଦର ହସ୍‌ପିଟାଲ ନେଇ ଯାଇଥିଲେ। ଅଧଘଣ୍ଟା ପରେ ଟ୍ରେନ୍‌ଟି ତାର ଗନ୍ତବ୍ୟସ୍ଥଳକୁ ପୁନର୍ବାର ଯାତ୍ରା ଆରମ୍ଭ କରିଥିଲା। ଯାଆଁଳା ସନ୍ତାନକୁ ଜନ୍ମ ଦେଇ ଦମ୍ପତି ଖୁସି ହୋଇ ଏହି ଦିନକୁ କେବେ ଭୁଲିି ପାରିବେ ନାହିଁ ବୋଲି କହିବା ସହ ରେଳ ଅଧିକାରୀ ଓ ମହିଳା ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.