Odisha Link
Bridging the Missing Links in Odisha

ନିର୍ଭୟା ଗଣଦୁଷ୍କର୍ମ ମାମଲା: ୧୪ରେ କ୍ୟୁରେଟିଭ୍ ରିଭ୍ୟୁ ପିଟିସନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆସନ୍ତା ୧୪ରେ କ୍ୟୁରେଟିଭ୍ ପିଟିସନର ରିଭ୍ୟୁ କରିବେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ। ଜଷ୍ଟିସ୍ ଏନଭି ରମାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମାନ, ଜଷ୍ଟିସ ଆର ଭାନୁମତି ଏବଂ ଜଷ୍ଟିସ ଅଶୋକ ଭୂଷଣ ମାମଲାର ରିଭ୍ୟୁ କରିବେ। ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଦୋଷୀ ଆସନ୍ତା ୨୨ ତାରିଖରେ ଫାଶୀ ପାଇବେ ବୋଲି ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମା ଓ ମୁକେଶ ଶେଷ ପ୍ରୟାସ କରିଛନ୍ତି।

ଗତ ୯ ତାରିଖରେ ଉଭୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ। ଯାହାର ରିଭ୍ୟୁ କରିବା ପାଇଁ ୧୪ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ଅଦାଲତ। କ୍ୟୁରେଟିଭ ପିଟିସନ ହେଉଛି ଜଣେ ଦୋଷୀର ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ଆଇନଗତ ପଦକ୍ଷେପ। ଏହାକୁ ବିଚାରପତି ଚ୍ୟାମ୍ବର ମଧ୍ୟରେ ହିଁ ବିଚାର କରିବେ। ପୂର୍ବରୁ ନିର୍ଭୟା ମାମଲାରେ ଅନ୍ୟ ଜଣେ ଦୋଷୀ ଅକ୍ଷୟ ଠାକୁରଙ୍କ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ। ଏବେ ପୁଣି ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ଦୋଷୀ ବିନୟ ଶର୍ମା ଓ ମୁକେଶ ଶେଷ ପ୍ରୟାସ କରିଛନ୍ତି।

Comments are closed.