Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ: ବାଦ ପଡ଼ିଲେ ସଞ୍ଜୁ, ଫେରିଲେ ରୋହିତ ଓ ସାମି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଆଜି ବିସିସିଆଇ ଦଳ ଘୋଷଣା କରିଛି। ୧୬ ଜଣିଆ ଭାରତୀୟ ଦଳରେ ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହ ଦ୍ରୁତ ବୋଲର ମହମ୍ମଦ ସାମି ସ୍ଥାନ ପାଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପରେ ପରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ। ଜାନୁଆରୀ ୨୪ରୁ ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳିବ। ଏହାପରେ ଦିନିକିଆ ଓ ଟେଷ୍ଟ ମ୍ୟାଚ ଖେଳିବ ଟିମ୍‌ ଇଣ୍ଡିଆ। ଏଥିପାଇଁ ୨୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତ କରିବ ଭାରତୀୟ କ୍ରିକେଟ ଦଳ।

ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ବିସିସିଆଇ କେବଳ ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା କରିଛି। ଘୋଷିତ ଦଳରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ସହ ମହମ୍ମଦ ସାମିଙ୍କୁ ସ୍ଥାନ ମିଳିଛି। ଦୁହେଁ ଗତ ଶ୍ରୀଲଙ୍କା ସିରିଜରେ ଦଳରୁ ବାହାରେ ରହିଥିଲେ। ଏଥିସହିତ ଶ୍ରୀଲଙ୍କା ବିପକ୍ଷ ଦଳରୁ କେରଳୀ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ବାଦ୍ ଦିଆଯାଇଛି।

ଆଗାମୀ ଅଳ୍ପ ଦିନ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ୍ ସିରିଜ୍ ପାଇଁ ଦଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। କେବଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ନଜର ରହିଛି। ଯଦି ସେ ନିଜକୁ ଏହି ଅଳ୍ପ ଦିନ ମଧ୍ୟରେ ଫିଟ୍ ଘୋଷିତ କରନ୍ତି ତେବେ ତାଙ୍କୁ ଟେଷ୍ଟ ଓ ଦିନିକିଆ ଦଳରେ ସାମିଲ କରାଯିବ ବୋଲି ଆଲୋଚନା ହେଉଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ଶିଖର ଧାୱନ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, ଋଷଭ ପନ୍ଥ, ଶିଭମ ଦୁବେ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ମହମ୍ମଦ ସାମୀ, ନଭଦୀପ ସୈନି, ରବୀନ୍ଦ୍ର ଜାଡେଜା ଓ ସାର୍ଦ୍ଦୁଲ ଠାକୁର।

Comments are closed.