Odisha Link
Bridging the Missing Links in Odisha

‘ସିଏଏ-ଏନ୍‌ଆର୍‌ସି’ ବିରୋଧରେ ବୈଠକ: ୨୦ ଦଳ ଏକାଠି, ଆସିଲେନି ବଡ଼ ନେତା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଏବଂ ଏନଆରସିକୁ ନେଇ ସାରା ଦେଶରେ ହେଉଛି ବିକ୍ଷୋଭ ପ୍ରଦର୍ଶନ। ଏଥିସହିତ ଦେଶରେ ରାଜନୈତିକ ପରିସ୍ଥିତିକୁ ନେଇ ଚର୍ଚ୍ଚା କରିବା ପାଇଁ ବିରୋଧୀକୁ ନେଇ ଦିଲ୍ଲୀଠାରେ ଏକ ବୈଠକ ଡାକିଥିଲା କଂଗ୍ରେସ। କଂଗ୍ରେସ ନେତୃତ୍ବରେ ୨୦ ରାଜନୈତିକ ଦଳ ଆଜି ଏକାଠି ହୋଇ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିରୋଧୀ ରଣହୁଙ୍କାର ଦେଇଛନ୍ତି। ହେଲେ ସବୁଠାରୁ ବଡ଼କଥା ହେଲା ଏହି ବୈଠକରେ ବଡ଼ ରାଜନୀତିକ ଦଳ ସାମିଲ ହୋଇ ନାହାନ୍ତି।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସିପିଏମ୍‌, ସିପିଆଇ, ଆର୍‌ଜେଡି, ଏନ୍‌ସିପି, ଏଆଇୟୁଡିଏଫ୍‌, ଆର୍‌ଏଲ୍‌ଡି, ଏଚ୍‌ଏମ୍‌, ଆଇୟୁଏମ୍‌ଏଲ୍‌, ଆର୍‌ଏଲ୍‌ଏସ୍‌ପି, ଶରଦ ଯାଦବ, କେରଳ କଂଗ୍ରେସ, ଆର୍‌ଏସ୍‌ପି, ଜେଏମ୍‌ଏମ୍‌ ପ୍ରମୁଖ ଦଳ ସାମିଲ ହୋଇଥିଲେ।

ଏହି ବୈଠକରେ ବହୁଜନ ସମାଜବାଦୀ ପାର୍ଟି, ଡିଏମ୍‌କେ, ଟିଏମ୍‌ସି, ସମାଜବାଦୀ ପାର୍ଟି ସାମିଲ ହୋଇ ନଥିଲେ। ଆମ୍‌ ଆଦ୍‌ମୀ ପାର୍ଟି ଏବଂ ଶିବସେନାକୁ ଏହି ବୈଠକକୁ ଆମନ୍ତ୍ରିତ କରାଯାଇଥିଲେ ମଧ୍ୟ ସେମାନେ ସାମିଲ ହୋଇ ନଥିଲେ।

ଏନ୍‌ଆର୍‌ସି ଏବଂ ସିଏଏକୁ ବିରୋଧୀ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ବିରୋଧ କରି ଆସୁଛନ୍ତି। ଏହି ବିରୋଧକୁ ଆଗକୁ ନେବା ପାଇଁ କଂଗ୍ରେସ ସବୁ ଦଳକୁ ଆମନ୍ତ୍ରିତ କରିଥିଲା। ଆଶା ରହିଥିଲା ବଡ଼ ଦଳମାନେ ଏହି ବୈଠକରେ ଭାଗ ନେବେ। କିନ୍ତୁ ସେମିତି କିଛି ଦେଖିବାକୁ ମିଳିନି। ସିଏଏକୁ ଜୋରଦାର ବିରୋଧ କରୁଥିବା ମମତା ବାନାର୍ଜୀ, ବହୁଜ ସମାଜବାଦୀ ପାର୍ଟି, ସମାଜବାଦୀ ପାର୍ଟି ଭାଗ ନନେବା ରାଜନୀତି ପାଣିପାଗକୁ ଅଧିକ ଉଷ୍ମ କରିଛି।

Comments are closed.