Odisha Link
Bridging the Missing Links in Odisha

୨୦୨୦ ଓସ୍କାର ପୁରସ୍କାର ମନୋନୟନ ତାଲିକାରେ ‘ଜୋକର’

ମୁମ୍ବାଇ: ସିନେ ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଓସ୍କାର ପୁରସ୍କାର ୨୦୨୦ର ମନୋନୟନ ତାଲିକା ଘୋଷଣା କରାଯାଇଛି। ଓସ୍କାର ପୁରସ୍କାର ପାଇଁ ମନୋନୟନ ହୋଇଥିବା ନାୟକ/ନାୟିକା ଏବଂ ଚଳଚ୍ଚିତ୍ର ଗୁଡିକ ଘୋଷଣା ହୋଇଛି । ମନୋନିତ ହୋଇଥିବା ଚଳଚ୍ଚିତ୍ର, ନାୟକ/ନାୟିକା ପୁରସ୍କାର ପାଇଁ ପରସ୍ପର ସହ ପ୍ରତିଯୋଗୀତା କରିବେ। ଏହି ତାଲିକାରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ସିନେମାଟୋଗ୍ରାଫିକ୍, ଶ୍ରେଷ୍ଠନାୟକ, ଶ୍ରେଷ୍ଠନାୟିକା, ଶ୍ରେଷ୍ଠ ନିର୍ଦ୍ଦେଶକ ଭଳି ଶ୍ରେଣୀ ରହିଛି। ୨୦୨୦ ଓସ୍କାର ପୁରସ୍କାର ପାଇଁ ଫିଲ୍ମ ‘ଜୋକର’ ଏବଂ ‘ଓ୍ବାନସ ଅପନ୍‌ ଏ ଟାଇମ ଇନ୍‌ ହଲିଉଡ୍’ ବହୁ ଭୋଟ ମିଳିଛି ବୋଲି ଜଣାପଡିଛି।

ଓସ୍କାର ପୁରସ୍କାର ପାଇଁ ମନୋନିତ ହୋଇଥିବା ଚଳଚ୍ଚିତ୍ର ଗୁଡିକ ହେଲା- ଫୋର୍ଡ ଭରର୍ସେ୍‌ ଫରାରି, ଇରିସମାନ୍, ଜୋ ଜୋ ରାବିଟ୍, ଜୋକର, ଲିଟିଲ ଓମେନ, ମ୍ୟାରେଜ ଷ୍ଟୋରୀ, ୧୯୧୭, ଓ୍ବାନସ ଅପନ୍‌ ଏ ଟାଇମ ଇନ୍‌ ହଲିଉଡ୍, ପାରାସାଇଟ୍‌ ଇତ୍ୟାଦି।

Comments are closed.