Odisha Link
Bridging the Missing Links in Odisha

ଜାମ୍ମୁ-କାଶ୍ମୀର ବରଫ ଝଡ଼ରେ ୩ ଯବାନ ଶହୀଦ

ଜାମ୍ମୁ: ଜାମ୍ମୁ-କାଶ୍ମୀର କୁପୱାଡ଼ା ଅନ୍ତର୍ଗତ ମଚେଲ ରିଙ୍ଗବାଲା ଅଞ୍ଚଳରେ ସୃଷ୍ଟି ହୋଇଛି ବରଫ ଝଡ଼। ଏହି ବରଫଝଡ଼ ଯୋଗୁଁ ବିରାଟ ବରଫ ଅତଡ଼ା ଧସିଯାଇଛି ଫଳରେ ୪୫ ରାଷ୍ଟ୍ରୀୟ ରାଇଫଲର ୩ ଯବାନ ଶହୀଦ ହୋଇଯାଇଛନ୍ତି। ୨ ଯବାନ ନିଖୋଜ ଥିବାବେଳେ ସେମାନଙ୍କୁ ଉଦ୍ଧାର ପାଇଁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି।ଉତ୍ତର କାଶ୍ମୀରରେ ଗତ ୪୮ ଘଣ୍ଟା ଧରି ବର୍ଷା ଏବଂ ହିମସ୍ଖଳନ ଜାରି ରହିଥିବାରୁ ବହୁ କ୍ଷୟକ୍ଷତି ଘଟିଛି।

ଶୀତ ଯୋଗୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାବେବେ ବର୍ଷା ଏବଂ ବରଫ ଝଡ଼ ଲୋକଙ୍କୁ ଜୀବନକୁ ଦୁର୍ବିସହ କରିଦେଇଛି। ବାରାମୁଳା, ବାନ୍ଦୀପୋରା ଏବଂ ଗାନ୍ଦରବଲ ଅଞ୍ଚଳରେ ହିମସ୍ଖଳନ ଯୋଗୁ ଅନେକ କୋଠା ଦବିଯାଇଛି। ରାମବନ ଅଞ୍ଚଳରେ ହିମସ୍ଖଳନ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଖରୋଡ଼ି କରୁର ଅଞ୍ଚଳରେ ଏକ ଭ୍ୟାନ ନଦୀକୁ ଖସିପଡ଼ିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.