Odisha Link
Bridging the Missing Links in Odisha

ନାଗରିକ ହିଁ ଗଣତନ୍ତ୍ରର ଆଧାର : ନବୀନ

ଭୁବନେଶ୍ୱର : ଓଡ଼ିଶାର ସାଢ଼େ ଚାରିକୋଟି ଲୋକ ମୋ ପରିବାର ଏବଂ ସବୁ ଗଣତାନ୍ତ୍ରିକ ଅନୁଷ୍ଠାନରେ ପ୍ରତ୍ୟେକଙ୍କୁ ମର୍ଯ୍ୟାଦାର ସହିତ ସେବା ମିଳିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୂର୍ବାହ୍ନରେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କ ସମ୍ମିଳନୀ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସେମାନଙ୍କୁ ରାଜ୍ୟରେ ବିକାଶର ପରିଚାଳକ ହେବା ପାଇଁ ଆହ୍ୱାନ ଦେବା ସହିତ ଏହି ସମ୍ମିଳନୀରୁ ସେମାନେ ପ୍ରଶାସନିକ ସଂସ୍କାର ବାବଦରେ ଦିଗ୍‌ଦର୍ଶନ ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଲେ ଯେ ରାଜ୍ୟର ପ୍ରତିଟି ପରିବାର ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ । ଆମେ ଚାହୁଁ ପିଲାମାନଙ୍କ ଉତ୍ତମ ପାଠ ପଢ଼ା, ଭାଇ-ଭଉଣୀମାନଙ୍କୁ ଉପଯୁକ୍ତ କର୍ମସଂସ୍ଥାନ ଓ ପିତାମାତାଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ।

ଆମ ପ୍ରଶାସନର ମୂଳକଥା ହିଁ ‘ମୋ ସରକାର’ ବୋଲିଦର୍ଶାଇ ଉ ପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏକ ସଂକଳ୍ପ ପତ୍ର ପାଠ କରାଇଥିଲେ । ସଂକଳ୍ପ ପତ୍ରରେ ଉଲ୍ଲେଖ ଅଛି ଯେ-‘ଜନସାଧାରଣ ଗଣତନ୍ତ୍ରର ଆତ୍ମା । ପ୍ରତ୍ୟେକ ଗଣତାନ୍ତ୍ରିକ ଅନୁଷ୍ଠାନ ଲୋକମାନଙ୍କୁ ସଶକ୍ତ କରିବା ସହିତ ଉପଯୁକ୍ତ ସେବା ଯୋଗାଇଦେବା ପାଇଁ ଅଭିପ୍ରେତ । ଜନତା ହିଁ ସବୁ ଗଣତାନ୍ତ୍ରିକ ଅନୁଷ୍ଠାନର ମାଲିକ ।

ପ୍ରତ୍ୟେକ ବ୍ୟକ୍ତି ଯେକୈଣସି ଅନୁଷ୍ଠାନକୁ ଗଲେ ଯେପରି ମର୍ଯ୍ୟଦାର ସହିତ ବ୍ୟବହାର ପାଇବେ ଓ ତାଙ୍କର ସମସ୍ୟାକୁ ଫଳ ପ୍ରଦ ତଥା ନୀତିଗତ ଭାବେ ସମାଧାନ କରାଯିବ, ସେଥି ପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜନତା ହିଁ ପ୍ରକୃତ ମାଲିକ ଓ ଜନସାଧାରଣଙ୍କ ଅର୍ଥରେ ହିଁ ସରକାର ଚାଲିଥାଏ । ଏହି ସମ୍ମିଳନୀରେ ଯୋଗଦେଇଥିବା ସବୁ ବରିଷ୍ଠ ପଦାଧିକାରୀ ପାରସ୍ପରିକ ମତବିନିମୟ ଓ ଆଲୋଚନାକ୍ରମେ ଓଡ଼ିଶାର ପରିବର୍ତ୍ତନରେ ଅଂଶୀଦାର ହେବେ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଶା ପ୍ରକଟ କରିଥିଲେ ।

ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକର ସଫଳ ଓ ଫଳପ୍ରଦ ରୂପାୟନ ନିମନ୍ତେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନଙ୍କର ତାତ୍ପର୍ଯ୍ୟ ପୂର୍ଣ୍ଣ ଭୂମିକା ରହିଥିବାବେଳେ ସାମଗ୍ରିକ ବିକାଶ ଏବଂ ନିଯୁକ୍ତିସୃଷ୍ଟିକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ । ୫ ‘ଟି’ ଓ ‘ମୋ ସରକାର’ ପରି ଯୁଗାନ୍ତକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛ ପ୍ରଶାସନ ତ୍ୱରାନ୍ୱିତ ହୋଇ ପାରିବ ।

ଏହି ସମ୍ମିଳନୀରେ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ବାବଦରେ ଆଲୋଚନା କରିବା ସହିତ ଆସନ୍ତା ୫ ବର୍ଷ ନିମନ୍ତେ ଓଡ଼ିଶାର ଅଭିବୃଦ୍ଧିର ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ବଳରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହେବା ନିମନ୍ତେ ନିର୍ଘଣ୍ଟ ପ୍ରସ୍ତୁତି ଦିଗରେ ଏହି ସମ୍ମିଳନୀ ଅଭିପ୍ରେତ ।

ଏହି ସମ୍ମିଳନୀରେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟା ପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କ ବକ୍ତବ୍ୟରେ କହିଲେ ଯେ ‘ମୋ ସରକାର’ କାର୍ଯ୍ୟକ୍ରମ କେବଳ ଓଡ଼ିଶା ନୁହେଁ ଦେଶର ପ୍ରଶାସନିକ
ଇତିହାସରେ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ଏକାଧିକ ବିଭାଗ ‘ମୋ ସରକାର’ରେ ସାମିଲ ହୋଇଥିବାବେଳେ ସମସ୍ତ ବିଭାଗକୁ ମାର୍ଚ୍ଚ ୫ ତାରିଖ ସୁଦ୍ଧା ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୫ ‘ଟି’ ଓ ‘ମୋ ସରକାର’ର ନୀତିଗୁଡ଼ିକୁ ପ୍ରଶାସକମାନେ ଆପଣାଇବେ ବୋଲି ଆଶାବ୍ୟକ୍ତ କରିଥିଲେ । ରାଜସ୍ୱ ଓ ବିପର୍ଯ୍ୟାୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଇସ୍ପାତ୍‌ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ସମ୍ମିଳନୀର ଉଦ୍ଦେଶ୍ୟ ବିଷୟରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତି୍ର ପାଠୀ କହିଲେ ଯେ ୧୯୯୯ ମହାବାତ୍ୟା ପରେ ବିଭିନ୍ନ ଆହ୍ୱାନକୁ ଓଡ଼ିଶା ସାମ୍ନା କରି ବିଗତ ୨୦ ବର୍ଷ ଧରି ବିକାଶ ଯାତ୍ରା ଜାରି ରଖିଛି ଏବଂ ବିକାଶର ବହୁ ମାନଦଣ୍ଡରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ଓ ବିଶ୍ୱସ୍ତରରେ ପ୍ରଶଂସିତ ହୋଇଛି । ରାଜ୍ୟବାସୀଙ୍କୁ ଯଥାର୍ଥ ସେବା ଓ ଲୋକକୈନ୍ଦ୍ରିକ ପ୍ରଶାସନର ସୁଫଳ ଯୋଗାଇଦେବା ପାଇଁ ପ୍ରଶାସକମାନେ ଅଧିକ କ୍ରିୟାଶୀଳ, ବିଶ୍ୱସନୀୟ, ସ୍ୱଚ୍ଛ ଓ ଦକ୍ଷ ହେବା ଉପରେ ତ୍ରିପାଠୀ ଗୁରୁତ୍ୱ ଆରୋପ କରିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ସାଧାରଣ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍‌ଡା ଉପକ୍ରମଣିକା ସହ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ପରେ ବିଭିନ୍ନ ଅଧିବେଶନ ଆରମ୍ଭ ହୋଇଥିଲା । ‘ନୂତନ ବୈଷୟିକ କୌଶଳ ଓ ଉଦ୍‌ଭାବନ’ ଶୀର୍ଷକ ଅଧିବେଶନକୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କେ. ମୀନା ପରିଚାଳନା କରିଥିବାବେଳେ ‘ଗୁଣାତ୍ମକ ସ୍ୱାତନ୍ତ୍ର୍ୟର ଦୃଢ଼ୀକରଣ’ ଶୀର୍ଷକ ଅଧିବେଶନକୁ କ୍ରୀଡ଼ା ଓ ଯୁବସେବା ଓ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବିଶାଳ କୁମାର ଦେବ ପରିଚାଳନା କରିଥିଲେ ।

ଶିଳ୍ପ ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ‘ଅଭିବୃଦ୍ଧି ନିମନ୍ତେ ଭିତ୍ତିଭୂମି ସୁଦୃଢ଼ୀକରଣ’ ଶୀର୍ଷକ ଅଧିବେଶନ ପରିଚାଳନା କରିଥିବାବେଳେ ‘ରାଜ୍ୟର ଭବିଷ୍ୟତ ସହରଗୁଡ଼ିକର ନିରନ୍ତର ଓ ସାମଗି୍ରକ ବିକାଶ’ ଶୀର୍ଷକ ଅଧିବେଶନକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶାସନ ସଚିବ ଜି. ମାଥିଭାଥନନ ପରିଚାଳନା କରିଥିଲେ ।

ପରବର୍ତ୍ତୀ ଅଧିବେଶନଟିର ପ୍ରସଙ୍ଗ ‘ସାମଗ୍ରିକ ଅଭିବୃଦ୍ଧି ରହିଥିବାବେଳେ ଏହାକୁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ଓ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପରିଚାଳନା କରିଥିଲେ । ବିଭିନ୍ନ ଅଧିବେଶନରେ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଅଂଶଗ୍ରହଣ କରି ଆଲୋଚନା କରିଥିବାବେଳେ ବିଭିନ୍ନ ବିଶେଷଜ୍ଞ ଅନୁଷ୍ଠାନମାନେ ବୈଷୟିକ ସହଯୋଗ ପ୍ରଦାନ କରିଥିଲେ । ପ୍ରତି ଅଧିବେଶନରେ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଶାସିକା ପାରୁଲ୍‌ ପଟ୍ଟଓ୍ୱାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Comments are closed.