Odisha Link
Bridging the Missing Links in Odisha

ଭାରତ ଆସି ପାରନ୍ତି ପାକ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଆସିପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ‘ସାଙ୍ଘାଇ କୋଅପରସନ ଅର୍ଗାନାଇଜେଶନ’ ବୈଠକରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିପାରନ୍ତି ଇମ୍ରାନ। ଏହି ବୈଠକରେ ଯୋଗ ଦେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଅନ୍ୟ ନେତାଙ୍କୁ ମଧ୍ୟ ଆମନ୍ତ୍ରିତ କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି। ଚଳିତ ବର୍ଷ ଏସସିଓର ବାର୍ଷିକ ବୈଠକ ପାଇଁ ସଦସ୍ୟ ଦେଶକୁ ଆମନ୍ତ୍ରିତ କରାଯିବ। ଏସସିଓର ସମସ୍ତ ୮ ସଦସ୍ୟ ଦେଶ, ୪ ପର୍ଯ୍ୟବେକ୍ଷକ ଓ ଡାଇଲଗ ପାର୍ଟନରଙ୍କୁ ଏହି ବୈଠକ ପାଇଁ ଆମନ୍ତ୍ରିତ କରାଯିବ ବୋଲି ରବିଶ କୁମାର କହିଛନ୍ତି। ଏହି ବାର୍ଷିକ ବୈଠକ ପ୍ରଧାନମନ୍ତ୍ରୀସ୍ତରର ହୋଇଥାଏ ଏଥିରେ ଏସସିଓର କାର୍ଯ୍ୟକ୍ରମ, ବହୁପକ୍ଷୀୟ ଆର୍ଥିକ ଓ କାରବାର ସହଯୋଗିତା ଉପରେ ଆଲୋଚନା କରାଯାଏ ।

ରବିଶ କୁମାରଙ୍କୁ ଯେବେ ପ୍ରଶ୍ନ କରାଗଲା ଯେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବୈଠକ ପାଇଁ ଆମନ୍ତ୍ରିତ କରାଯିବ, ଉତ୍ତରରେ ସେ କହିଛନ୍ତି, ଏସସିଓର ସ୍ଥାପିତ ପ୍ରଥା ଓ ପ୍ରକ୍ରିୟା ଆଧାରରେ ସମସ୍ତ ୮ ସଦସ୍ୟ ଦେଶ ସହିତ ୪ ପର୍ଯ୍ୟବେକ୍ଷକ ଦେଶ ଏବଂ ଅନ୍ୟ ଅନ୍ତରାଷ୍ଟ୍ରୀୟ ଡାଇଲଗ ପାର୍ଟନରଙ୍କୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରିତ କରାଯିବ। ତେଣୁ ପାକିସ୍ତାନକୁ ମଧ୍ୟ ଆମନ୍ତ୍ରିତ କରାଯିବ। ପ୍ରଥମ ଥର ଭାରତ ଏସସିଓର ବୈଠକ ଆୟୋଜନ କରିବାକୁ ଯାଉଛି।

Comments are closed.