Odisha Link
Bridging the Missing Links in Odisha

ଆଜି ବରଗଡ଼ ମୁଖ୍ୟ ଚିକିତ୍ସାଳୟର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବରଗଡ଼ : ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଗସ୍ତ ଅବସରରେ ୧୨୦ କୋଟି ଟଙ୍କାର ୩୨ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ବରଗଡ଼ ଭଟଲି ଥାନା ଅନ୍ତର୍ଗତ ତେନ୍ତଲା ଠାରେ ୩୦୦ ଶଯ୍ୟା ବିଶିଷ୍ଟ ବରଗଡ ମୁଖ୍ୟ ଚିକିତ୍ସାଳୟର ଉଦଘାଟନ କରିବେ। ଏହା ବ୍ୟତୀତ ବିଜ୍ଞାନ କେନ୍ଦ୍ରର ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ।
ଏହି କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଭଟଲି ବିଧାୟକ ସୁଶାନ୍ତ ସିଂ, ବିଜେପୁର ବିଧାୟକ ରୀତା ସାହୁ, ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂବରିହାଙ୍କ ସମେତ ବରଗଡ ଜିଲ୍ଲାପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Comments are closed.