Odisha Link
Bridging the Missing Links in Odisha

ଆଜିଠୁ ବଢ଼ିବ ଶୀତ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ବାୟୁ ପ୍ରବାହ ଦିଗ ପରିବର୍ତ୍ତନ କାରଣରୁ ଉତ୍ତରାପବନ ପ୍ରବାହ କମିଛି। ତେଣୁ ଥଣ୍ଡା ପ୍ରକୋପରୁ ଆଶ୍ବସ୍ତି ମିଳିଛି। ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଅନୁଭୂତ ହେବ। ପରବର୍ତ୍ତୀ ୨୪ଘଣ୍ଟାରେ ପାଗ ବଦଳିଯିବା ସହିତ ଉତ୍ତରା ପବନ ବହିବ। ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ପରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ଦୁଇ ଦିନ ଧରି ଅର୍ଦ୍ଧାଧିକ ଜିଲାରେ ଘନ କୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Comments are closed.