Odisha Link
Bridging the Missing Links in Odisha

ଓଡିଶାର ୬ ଜେଲ୍ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ନୂଆଦିଲ୍ଲୀ: ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଉଲ୍ଲେଖନୀୟ ସେବା ପାଇଁ ଜେଲ୍‌ ଅଧିକାରୀମାନଙ୍କୁ ପ୍ରଦାନ କରାଯିବ ସଂସ୍କାରମୂଳକ ସେବା ପଦକ। ଏଥିପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଜେଲ୍ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ଓ ୨୯ ଜଣଙ୍କୁ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ।

ଓଡ଼ିଶାରୁ ୩ ଜଣ ଜେଲ୍ ଅଧିକାରୀଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ମିଳିବ। ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଶିକ୍ଷାନବୀସ ଅଧିକାରୀ ନିରଞ୍ଜନ ସାହୁ, ଜୟପୁର ଜେଲ୍‌ର ଲଲାଟେନ୍ଦୁ ଭୂଷଣ ଦାସ ଓ ସମ୍ବଲପୁର ନାରୀ ବନ୍ଦୀ ନିକେତନର ଅତିରିକ୍ତ ମାଟ୍ରନ ସୌଭାଗିନୀ ସିଂ। ଏଥିସହ ଉଲ୍ଲେଖନୀୟ ସେବା ପାଇଁ ଅନୁଗୋଳ ନିରୀକ୍ଷଣ ଓ ସ୍ୱତନ୍ତ୍ର ଗୃହର ଅଧୀକ୍ଷକ ଅମୀର କୁମାର ନାଥଶର୍ମା, ଗୁଣପୁର ସବ୍‌ଜେଲର ଧୀରେନ୍ଦ୍ର ନାଥ ବାରିକ ଓ କଟକ ସର୍କଲ ଜେଲ୍‌ର ବନ୍ଦୀ କଲ୍ୟାଣ ଅଧିକାରୀ ରାମକୃଷ୍ଣ ଦାସ।

Comments are closed.