Odisha Link
Bridging the Missing Links in Odisha

ଠାକୁର ଘରେ କିଏ ମୁଁ କଦଳୀ ଖାଇନି: ଗୋଲକ

ଭୁବନେଶ୍ବର: ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ବିଜେପିର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ଅରୋପର ଜବାବ ରଖିଲେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି। ଆମେ ରାଜନୀତିକରଣ କରୁନୁ କହି ବମିଖାଲ ବ୍ରିଜ୍‌ ପ୍ରସଙ୍ଗ ଉଠାଇଛନ୍ତି। ବମିଖାଲ ବିଜ୍ର ଦୁର୍ଘଟଣା ବେଳେ ଏସଅରସି ଯାଇ ନଥିଲେ ତେବେ ଏଠିକି କେମିତି ଆସିଲେ। ସେତେବେଳର ପୂର୍ତ୍ତ ସଚିବଙ୍କୁ ଡାକି ନିର୍ବାଚନରେ ଟିକେଟ୍‌ ଦେଇଛନ୍ତି। ଠିକାଦାର ଦିଲ୍ଲୀପ ଖଟେଇକୁ ବଞ୍ଚାଇବା ପାଇଁ ସସ୍ମିତ ଏପରି କହୁଥାଇ ପାରନ୍ତି। ଦିଲୀପଙ୍କ ସହ କେଉଁ ଅଫିସର ଓ ବିଜେଡ଼ି ନେତାଙ୍କ ସମ୍ପର୍କ ରହିଛି ତାହା ସ୍ପଷ୍ଟ କରାଯାଉ। କେଉଁ ବିଜେଡ଼ି ସାଂସଦଙ୍କ ସହ ଠିକାଦାର ଦିଲୀପଙ୍କ ସମ୍ପର୍କ ରହିଛି। ରାଜ୍ୟ ସରକାର ତାଙ୍କୁ କେତୋଟି ନିର୍ମାଣ କାମ ଦେଇଛନ୍ତି କୁହନ୍ତୁ।

Comments are closed.