Odisha Link
Bridging the Missing Links in Odisha

ଏୟାର ଇଣ୍ଡିଆ ବିକ୍ରି ବିରୋଧରେ କୋର୍ଟ ଯିବେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରି ଦେବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଏଥିପାଇଁ ଆଜି ସରକାରଙ୍କ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମ ସମ୍ପର୍କିତ ନୋଟିସ ଜାରି ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀ। ସେ ସରକାରଙ୍କ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ଏୟାର ଇଣ୍ଡିଆକୁ ବିକ୍ରି କରିବା ଦେଶ ବିରୋଧୀ କାମ ସହ ସମାନ ବୋଲି କହିଛନ୍ତି। ଆବଶ୍ୟକ ପଡ଼ିଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସୁବ୍ରମଣ୍ୟମ କହିଛନ୍ତି, ‘ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସମସ୍ତ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି। ବିକ୍ରି ପାଇଁ ଯେଉଁ ଡିଲ୍ ହେବ ତାହା ସମ୍ପୂର୍ଣ୍ଣ ବେଆଇନ୍। ତେଣୁ ଆବଶ୍ୟକ ପଡ଼ିଲେ ମୁଁ କୋର୍ଟ ଯିବି’।

Comments are closed.