Odisha Link
Bridging the Missing Links in Odisha

ହେଲିକପ୍ଟର ଦୁର୍ଘଟଣାରେ ଖେଳାଳୀ କୋବୀ ବ୍ରାଏଣ୍ଟଙ୍କ ସମେତ ୯ ମୃତ

ଲସ୍‌ ଏଞ୍ଜେଲ୍ସ: ହେଲିକପ୍ଟର ଦୁର୍ଘଟଣାରେ କିମ୍ବନ୍ଦନ୍ତୀ ବାସ୍କେଟବଲ୍‌ ଖେଳାଳୀ କୋବୀ ବ୍ରାଏଣ୍ଟଙ୍କ ମୃତ୍ୟୁ। ଏହି ଦୁର୍ଘଟଣାରେ ତାଙ୍କ ୧୩ ବର୍ଷୀୟା ଝିଅ ଗିୟାନା ମାରିୟାଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ କୋବୀଙ୍କ ପ୍ରଶଂସକଙ୍କ ଧ ବାସ୍କେଟବଲ୍‌ ଖେଳାଳିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ, କୋବୀଙ୍କ ବ୍ୟକ୍ତିଗତ ହେଲିକପ୍ଟରରେ ସେ, ତାଙ୍କ ଝିଅ ଏବଂ ଅନ୍ୟ ୭ ଜଣ ଲସ୍‌ ଏଞ୍ଜେଲ୍ସରୁ କାଲିଫର୍ନିଆ ଅଭିମୁଖେ ଯାଉଥିଲେ। ଲସ୍‌ ଏଞ୍ଜେଲ୍ସଠାରୁ ୬୫ କିଲୋମିଟର ଦୂରରେ କାଲିଫର୍ନିଆର କୈଲାବୈସସ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରରେ କୌଣସି କାରଣରୁ ନିଆଁ ଲାଗିଯିବା ପରେ ସନ୍ତୁଳନ ହରାଇ ତାହା ପାହାଡ଼ିଆ ଅଞ୍ଚଳରେ ଖସିପଡ଼ିଥିଲା। ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

କୋବୀ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ(ଏନବିଏ) ସହ ୨୦ ବର୍ଷ ଧରି ରହିବା ସହ ୫ ଥର ଚାମ୍ପିୟନ ହୋଇଥିଲେ। ୨୦ ବର୍ଷର କ୍ୟାରିୟରରେ ସେ ଅନେକ ରେକର୍ଡ ପ୍ରତିଷ୍ଠା କରିଥିଲେ। ୨୦୧୬ରେ ସେ ଏନବିଏର ୩ୟ ବୃହତ ଅଲ୍‌ ଟାଇମ୍‌ ସ୍କୋରର୍‌ ଥିବାବେଳେ ଉକ୍ତ ବର୍ଷ ଅବସର ଗ୍ରହଣ କରିଥିଲେ। ୨୦୦୮ ଏବଂ ୨୦୧୨ ଅଲିମ୍ପିକ୍ସରେ ସେ ଆମେରିକା ଟିମ୍‌ ପାଇଁ ୨ଥର ସ୍ବର୍ଣ୍ଣ ପଦକ ଜିତିଥିଲେ।

Comments are closed.