Odisha Link
Bridging the Missing Links in Odisha

ବନ୍ଧୁକ ଦେଖାଇ ୬ ଲକ୍ଷ ଲୁଟ ଅଭିଯୋଗ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବଜାରରେ ଥିବା ଏକ ପାନମସଲା ହୋଲସେଲ ଦୋକାନରେ ଡ଼କାୟତି ହୋଇଛି। ଦୁର୍ବୃତ୍ତମାନେ ପ୍ରାୟ ୬ ଲକ୍ଷ ଟଙ୍କା ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି। ରାତି ପ୍ରାୟ ୧୧ଟା ସମୟରେ ରୂପେଶ ମହାନ୍ତିଙ୍କ ଜାରୁଲ ଏଣ୍ଟରପ୍ରାଇଜର୍ସ ନାମକ ଦୋକାନରୁ ଦୁର୍ବୃତ୍ତମାନେ ମୁହଁରେ କପଡ଼ା ବାନ୍ଧିବା ସହ ହେଲମେଟ ପିନ୍ଧି ଭିତରକୁ ପ୍ରବେଶ କରି ବନ୍ଧୁକ ଦେଖାଇ ଲୁଟ କରିଥିଲେ। ଏହି ଖବର ଜଣାପଡ଼ିବା ପରେ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚି କରି ତଦନ୍ତ ଆରମ୍ଭ କରିଛି।

Comments are closed.