Odisha Link
Bridging the Missing Links in Odisha

ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କରଞ୍ଜିଆ: ନଦୀ ପଠାରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଜେଠମା ଗାଁ ନିକଟରେ ଥିବା ଭଣ୍ଡନ ନଦୀ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ନଦୀ କୂଳରେ ଅଧା ପୋତି ହୋଇ ରହିଛି। ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ମୃତଦେହ ବାବଦରେ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍‌ର ସହଯୋଗ ନିଆଯିବା ବୋଲି ସୂଚନା ଦିଆଯାଇଛି। ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି।

Comments are closed.