Odisha Link
Bridging the Missing Links in Odisha

ଦୁଷ୍କର୍ମ ପରେ ଯୌନାଙ୍ଗରେ ଲୁହାରଡ ଭର୍ତ୍ତିକଲେ ଦୁର୍ବୃ୍ତ୍ତ!

ମୁମ୍ବାଇ: ଦୁଷ୍କର୍ମ ପରେ ମହିଳାଙ୍କ ଯୌନାଙ୍ଗରେ ଲୁହାରଡ ଭର୍ତ୍ତିକଲେ ଦୁର୍ବୃ୍ତ୍ତ। ଏଭଳି ଏକ ଅମାନୁଷିକ ଦୁଷ୍କର୍ମ ଓ ନିର୍ଯ୍ୟାତନା ଘଟଣା ଘଟିଛି ମହାରାଷ୍ଟ୍ରର ପାରଡି ଅଞ୍ଚଳରେ। ଜଣେ ୧୯ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଓ ପରେ ତାଙ୍କ ଯୌନାଙ୍ଗରେ ଲୁହାରଡ ଭର୍ତ୍ତି କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ପାରଡି ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ଦାୟର ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ପାରଡି ଥାନା ଅଞ୍ଚଳରେ ପୀଡିତା ମହିଳାଙ୍କ ସହ ତାଙ୍କ ଭାଇ ଓ ଦୁଷ୍କର୍ମ ଅଭିଯୁକ୍ତ ଓ ଅନ୍ୟ ଜଣେ ମହିଳା ଭଡା ଘରେ ରହୁଥିଲେ। ଜାନୁଆରୀ ୨୧ତାରିଖରେ ପୀଡିତାଙ୍କ ଭାଇ ଓ ତାଙ୍କ ମହିଳା ସାଙ୍ଗ କୌଣସି କାମରେ ନିଜ ଗାଁକୁ ଯାଇଥିଲେ। ମହିଳା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବତୀ ଜଣଙ୍କ ଏହାକୁ ପ୍ରବଳ ବିରୋଧ କରିବାରୁ ଅଭିଯୁକ୍ତ ଜଣଙ୍କ ବଳପୂର୍ବକ ଯୁବତୀଙ୍କ ମୁହଁରେ କପଡା ପୁରାଇ ତାଙ୍କୁ ଚୁପ୍ କରାଇଥିଲେ। ତେବେ ପାଟିରେ କପଡା ଭର୍ତ୍ତି ହୋଇଯିବାରୁ ଯୁବତୀ ଜଣଙ୍କ ବେହୋସ ହୋଇଯାଇଥିଲେ। ଯୁବତୀ ଜଣଙ୍କ ବେହାସ ହେବା ପରେ ଅଭିଯୁକ୍ତଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲା ଏବଂ ପରେ ଯୁବତୀଙ୍କ ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରିଦେଇଥିଲା ଏବେ ପୀଡିତା ଅସହ୍ୟ ଯନ୍ତ୍ରଣାରେ କଲବଲ ହେଉଛନ୍ତି।

ଜାନୁଆରୀରେ ୨୪ ତାରିଖରେ ଯୁବତୀ ସମସ୍ତ ଘଟଣା ସମ୍ପର୍କରେ ନିଜ ଭାଇକୁ ଜଣାଇଥିଲେ। ଯୁବତୀଙ୍କ ଭାଇ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ଛାନ୍‌ଭିନ୍ କରି ଶେଷରେ ଅଭିଯୁକ୍ତ ଯୋଗିଲାଲ୍ ରାହଙ୍ଗଡାଲେ (୫୨) ଗୋନ୍ଦିଆ ଜିଲ୍ଲାରୁ ଗିରଫ କରିଛି। ପୋଲିସ ଅନୁସାରେ ଅଭିଯୁକ୍ତ ଏକ ଚର୍‌ଖା ମିଲ୍‌ରେ ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରିଆସୁଛି।

Comments are closed.