Odisha Link
Bridging the Missing Links in Odisha

ଗିରଫ ହେଲେ ଜେଏନୟୁ ଛାତ୍ର ଶରଜିଲ ଇମାମ

ପାଟନା: ୪ ଦିନ ତଳେ ଦେଇଥିଲେ ଦେଶ ବିରୋଧୀ ମନ୍ତବ୍ୟ। ଆଉ ଆଜି ଦେଶଦ୍ରୋହ ମାମଲରେ ଗିରଫ ହେଲେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ର ଶରଜିଲ ଇମାମ। ବିହାରର ଜେହାନାବାଦରୁ ଶରଜିଲଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିଛି। ଗିରଫ ବେଳେ ବିହାର ପୁଲିସ ସହଯୋଗର ହାତ ବଢ଼ାଇଥିଲା। ଏହି ମିଳିତ ଟିମର ନେତୃତ୍ୱ ନେଇଥିଲେ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଡିସିପି ରାଜେଶ ଦେବ।

ଏହା ପୂର୍ବରୁ ସୋମବାର ପୁଲିସ ବିହାରର ଜେହାନାବାଦ ଯାଇ ଶରଜିଲଙ୍କ ପୈତୃକ ଘରେ ରେଡ୍ କରିଥିଲେ। ଏହା ପରେ ତାଙ୍କ ଭାଇ ଏବଂ ଶାହିନୀ ବାଗରେ ଜାରି ରହିଥିବା ଆନ୍ଦୋଳନର ସଂଯୋଜକ ମଜାମ୍ମିଲ ଇମାମଙ୍କୁ ନିଜ ହେପାଜତକୁ ନେଇଥିଲା ପୁଲିସ। ଏହା ବାଦ ଶରଜିଲ ଇମାମଙ୍କୁ ଗିରଫ କରିବାକୁ ପୁଲିସ ମୁମ୍ୱାଇ, ପାଟନା ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା।

୪ ଦିନ ତଳେ ଶରଜିଲ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଅଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମୟୁ) ମଞ୍ଚରୁ ଆସାମକୁ ଭାରତରୁ ଅଲଗା କରିବା ପାଇଁ ଧମକ ଦେଇଥିଲେ।

Comments are closed.