୨୦ ବର୍ଷ ପୂର୍ବେ ଆଜିର ଦିନରେ ଭାରତ ଜିତିଥିଲା ପ୍ରଥମ ଅଣ୍ଡର-୧୯ ବିଶ୍ୱକପ୍, ଫଟୋ ସେୟାର କଲେ ମହମ୍ମଦ କୈଫ

ନୂଆଦିଲ୍ଲୀ: ଆଜି ହେଉଛି ଜାନୁଆରୀ ୨୮ ତାରିଖ। ଆଜିର ଦିନ ଭାରତୀୟ ଯୁବ କ୍ରିକେଟର ମାନଙ୍କ ପାଇଁ ଏକ ଐତିହାସିକ ଦିନ। କାରଣ ଆଜି ଠାରୁ ଠିକ୍ ୨୦ ବର୍ଷ ପୂର୍ବେ (୨୮ ଜାନୁଆରୀ୨୦୦୦) ଭାରତୀୟ ଦଳ ମହମ୍ମଦ କୈଫଙ୍କ ଅଧିନାୟକତ୍ୱରେ ପ୍ରଥମଥର ପାଇଁ ଅଣ୍ଡର -୧୯ ବିଶ୍ୱକପ ବିଜେତା ହୋଇଥିଲା।
ଇତିମଧ୍ୟରେ ଭାରତ ୪ ଥର ଅଣ୍ଡର-୧୯ ବିଶ୍ୱକପ ବିଜେତା ହୋଇଛି। ପ୍ରଥମ ଥର ପାଇଁ ୨୦୦୦ ମସିହାରେ ମହମ୍ମଦ କୈଫଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ ବିଜେତା ହୋଇଥିବାବେଳେ ୨୦୦୮ରେ ବିରାଟ କୋହଲି, ୨୦୧୨ରେ ଉନ୍ମୁକ୍ତ ଚାନ୍ଦ ଏବଂ ୨୦୧୮ରେ ପୃଥିବୀ ସ’ଙ୍କ ଅଧିନାୟକତ୍ୱରେ ଭାରତ ବିଜୟୀ ହୋଇଥିଲା।
Wow! Been 20 years to this day, when we won the Under-19 World Cup for the first time ever.
Was a privilege and an honour to captain a wonderful side filled with many match-winners.Wishing the India Under-19 team all the very best to go all the way and defend their title. pic.twitter.com/kSQ7rSLxj8
— Mohammad Kaif (@MohammadKaif) January 28, 2020
ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଆଜି ନିଜର ଟ୍ୱିଟରେ ଏହି ସ୍ମରଣୀୟ ଦିନର ଏକ ଫଟୋ ସେୟାର କରିଛନ୍ତି। ଏହା ସହ ସେ ବର୍ତ୍ତମାନ ଅଣ୍ଡର-୧୯ ବିଶ୍ୱକପ ଖେଳୁଥିବା ଭାରତୀୟ ଦଳର ଖେଳାଳୀମାନଙ୍କୁ ଶୁଭକାମନା ମଧ୍ୟ ଜଣାଇଛନ୍ତି।
କୈଫ ନିଜର ଏହି ସ୍ମୃତିରୁ ତାଜା କରି ଲେଖିଛନ୍ତି ଯେ, “ଏହି ବିଜୟକୁ ୨୦ ବର୍ଷ ବିତିଗଲାଣି, ଯେତେବେଳେ ଆମେ ବିଶ୍ୱକପ ଜିତିଥିଲୁ। ମୋ ପାଇଁ ସମ୍ମାନର କଥା ଅଟେ କାରଣ ମୁଁ ଏହି ଦଳର ନେତୃତ୍ୱ ନେଇଥିଲି। ମୁଁ ବର୍ତ୍ତମାନର ଅଣ୍ଡର-୧୯ ଦଳକୁ ଶୁଭକାମନା ଜଣାଉଛି ଏବଂ ଆଶା କରୁଛି ସେମାନେ ପୁଣିଥରେ ନିଜ ଟାଇଟେଲ ବଜାୟୀ ରଖନ୍ତୁ।”
Comments are closed.