ମହିଳାଙ୍କ ସିଟ୍ରେ ବସିଲେ ଦେବେ ଜରିମାନା

ଭୁବନେଶ୍ୱର: ଏଥରେ ଆଉ ବସ୍ରେ ପୁରୁଷ ଯାତ୍ରୀ ମାନେ ମହିଳାଙ୍କ ସିଟ୍ରେ ବସି ପାରିବେ ନାହିଁ ଯଦି ବସିଲେ ତା ହେଲେ ସେମାନଙ୍କୁ ଦେବାକୁ ପଡ଼ିବ ଜରିମାନା। ଏହାସହ ନିୟମକୁ ଅବମାନନା କଲେ ମଧ୍ୟ ଦେବାକୁ ପଡିବ ଫାଇନ୍।
ଆଜି ୫ଟି ବସ୍ ମାଲିକ ସଂଘକୁ ନେଇ କମିଶନରେଟ୍ ପୁଲିସ୍ ତରଫରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁଲିସ୍ ଭବନରେ ଅନୁଷ୍ଠିତ ଏହି ବୈଠକରେ ମହିଳାଙ୍କ ସୁରକ୍ଷା ପାଇଁ ବସ୍ରେ ଏକ ଏମରଜେନ୍ସି ଫୋନ୍ ନମ୍ବର ରହିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ଏସ୍ପିଓ ହ୍ୱାଟ୍ସ ଆପ୍ ଗ୍ରୁପ୍ରେ ଜଣେ ମହିଳା କର୍ମଚାରୀଙ୍କୁ ଆଡ୍ କରାଯିବ।