Odisha Link
Bridging the Missing Links in Odisha

ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା

ଭୁବନେଶ୍ୱର: ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ପଢାଯିବ। ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ସମ୍ପର୍କିତ ବିଷୟ ବସ୍ତୁ ରହିବ। ତେବେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ରାସ୍ତାରେ କେମିତି ଚାଲିବେ? ଗାଡ଼ି ଚଳାଇବା ସମୟରେ କିଭଳି ସତର୍କତା ଅବଲମ୍ବନ କରିବେ? ଗାଡ଼ିର ବେଗ କେତେ ରହିବା ଆବଶ୍ୟକ? ବାଇକରେ କେତେ ଜଣ ବସିପାରିବେ? ହେଲମେଟ୍ ପିନ୍ଧିବା, ସିଟ୍ବେଲ୍ଟ ବାନ୍ଧିବା ପରି ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ଗୋଟିଏ ସ୍ୱତନ୍ତ୍ର ବିଷୟ ଭାବେ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଏହା ସାମିଲ ହେବ। ଏଥିସହ କମ୍ ବୟସର ଛାତ୍ରଛାତ୍ରୀ ଯେପରି ଗାଡ଼ି ଚଳାଇ ସ୍କୁଲକୁ ନ ଆସନ୍ତି ସେ ଦିଗରେ ପଦକ୍ଷେପ ନିଆଯିବ ।

Comments are closed.