Odisha Link
Bridging the Missing Links in Odisha

ଆଜିଠୁ ୪ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ଆଜିଠୁ ୪ଦିନ ବନ୍ଦ ରହିବ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିବା ବେଳେ ତା ପରଦିନଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ୨ ଦିନିଆ ବନ୍ଦ ଡାକରା ଦେଇଛି।

ବ୍ୟାଙ୍କର ଏହି ଧର୍ମଘଟରେ ଗ୍ରାମ୍ୟ ବ୍ୟାଙ୍କ ସମେତ ୨୭ଟି ବ୍ୟାଙ୍କ ସାମିଲ ହୋଇଛନ୍ତି। ଫଳରେ ୩୧ ଓ ଫେବ୍ରୁଆରୀ ୧ ତାରିଖରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ। ତା ପରଦିନ ରବିବାର ଥିବାରୁ ୨ ତାରିଖରେ ମଧ୍ୟ ବ୍ୟାଙ୍କ ଛୁଟି ରହିବ। ଫଳରେ ଚଳିତ ସପ୍ତାହରେ ଲଗାତର ଭାବେ ୪ ଦିନ ଧରି ଗ୍ରାହକମାନେ ବ୍ୟାଙ୍କ ସେବାରୁ ବଞ୍ଚିତ ହେବେ।

Comments are closed.