Odisha Link
Bridging the Missing Links in Odisha

ବରଗଡ଼ ସମବାୟ ଚିନିକଳ ଲିମିଟେଡ୍‌ର ସଦ୍ୟତମ ସ୍ଥିତି ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର : ବରଗଡ଼ ସମବାୟ ଚିନିକଳ ପୁନରୁଦ୍ଧାର ନିମନ୍ତେ ସମସ୍ତ ଦିଗ ସଂପର୍କରେ ସବିଶେଷ ଅନୁଧ୍ୟାନ କରି ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ୍‌ ପଠାଯିବ । ଏହି ଟିମ୍‌ ଚିନିକଳର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବା ପରେ ଏ ସଂପର୍କରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ନିମନ୍ତେ ରିେ ପାର୍ଟକୁ ରାଜ୍ୟ କ୍ୟାବିନେଟ୍‌ରେ ଉପସ୍ଥାପନ କରାଯିବ ବୋଲି ଖଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ବରଗଡ଼ ସମବାୟ ଚିନିକଳର ସଦ୍ୟତମ ସ୍ଥିତି ସଂପର୍କରେ ଆଲୋଚନା କରିବା ପାଇଁ ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ କୁମାର ସିଂ, ବରଗଡ଼ର ବିଧାୟକ ଦେବେଶ ଆଚାର୍ଯ୍ୟ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀରବିକ୍ରମ ଯାଦବ, ସମବାୟ ସମିତି ସମୂହ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକଙ୍କ ସମେତ ବରଗଡ଼ର ଜିଲ୍ଲା ପାଳ, ବରଗଡ଼ ସମବାୟ ଚିନିକଳର ପରିଚାଳନା ନିର୍ଦ୍ଦେଶ ପ୍ରମୁଖ ଯୋଗଦେଇଥିଲେ ।

ବରଗଡ଼ ସମବାୟ ଚିନିକଳରେ ଗତ ୩ ବର୍ଷ ହେଲା କୌଣସି ଉତ୍ପାଦନ ହେଉନାହିଁ । ଅନ୍ତର୍ଜାତୀୟ ସ୍ତରରେ ଚିନିର ବଜାର ମୂଲ୍ୟ ହ୍ରାସ ଏବଂ ଏହି ଚିନିକଳରୁ ଉତ୍ପାଦନ ଖର୍ଚ୍ଚ ଅଧିକ ହେଉଥିବାରୁ ଚିନିକଳକୁ କ୍ରମାଗତ କ୍ଷତି ସହିବାକୁ ପଡ଼ୁଥିଲା । ଏଥି ସହିତ ଦୈନିକ ୧୨୫୦ ଟନ୍‌ ଆଖୁ ପେଡ଼ା ଯାଉଥିବା ଏହି ସ୍ୱଳ୍ପ କ୍ଷମତାସଂପନ୍ନ ଚିନିକଳ ଲାଭଜନକ ହୋଇ ପାରୁ ନଥିବା ବୈଠକରେ ଆଲୋଚନା ହୋଇଥିଲା ।

ଏଥି ସହିତ ସଂ ପ୍ରତି ନିକଟବର୍ତ୍ତୀ ଅଞ୍ଚଳରେ ଆଖୁଚାଷ ମଧ୍ୟ ହ୍ରାସ ପାଇଛି । ଏହି ପରିେ ପ୍ରକ୍ଷୀରେ ଆଖୁଚାଷୀମାନଙ୍କର ସ୍ୱାର୍ଥ, ଚିନିକଳର ଶ୍ରମିକ ଓ କର୍ମଚାରୀ ତଥା ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ସ୍ଥିତି ଅନୁଧ୍ୟାନ କରି ଏ ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।

ଏତଦ୍‌ବ୍ୟତୀତ ବରଗଡ଼ ସମବାୟ ଚିନିକଳ ଅଧୀନରେ ଥିବା ସମସ୍ତ ଜମି ଯେଉଁ ଗୁଡ଼ିକ ଚିନିକଳ ନାମରେ ରେକର୍ଡଭୁକ୍ତ ହୋଇନାହିଁ, ସେଗୁଡ଼ିକ ଆସନ୍ତା ୭ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ରେକର୍ଡଭୁକ୍ତ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଚିନିକଳର କର୍ମଚାରୀମାନଙ୍କ ପାଇଁ ସ୍ବେଚ୍ଛାକୃତ ଅବସର ଯୋଜନା ଲାଗୁ କରିବା ଓ ବରଗଡ଼ ଚିନିକଳର ପୁନରୁର୍ଦ୍ଧାର ସଂପର୍କରେ ଆଗ୍ରହୀ ସଂସ୍ଥାମାନଙ୍କଠାରୁ ପ୍ରସ୍ତାବ ଆହ୍ୱାନ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ବରଗଡ଼ ସମବାୟ ଚିନିକଳ ସଂପର୍କିତ ପ୍ରସ୍ତାବଗୁଡ଼ିକ ରାଜ୍ୟ କ୍ୟାବିନେଟ୍‌ର ଉପସ୍ଥାପନ ପରେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।

Comments are closed.