Odisha Link
Bridging the Missing Links in Odisha

୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହ ମଧ୍ୟରେ ହୋଇପାରିବ ଗର୍ଭପାତ

ନୂଆଦିଲ୍ଲୀ : ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବାର ଅନୁମତିକୁ ପରିବର୍ତ୍ତନ କରା ଯାଇଛି । ଜଣେ ମହିଳା ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହରେ ମଧ୍ୟରେ ଗର୍ଭପାତ କରିପାରିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ପ୍ରସ୍ତାବ ଉପରେ ମଞ୍ଜୁରୀ ପ୍ରଦାନ କରାଯାଇଛି। ଗର୍ଭପାତ ଅଧିନିୟମ ୧୯୭୧ ଅନୁସାରେ ଏହି ପ୍ରସ୍ତାବ କୁ ସଂଶୋଧନ କରାଯିବ।

ନାବାଳିକା, ଭିନ୍ନକ୍ଷମ ଏବଂ ଦୁଷ୍କର୍ମ ପୀଡ଼ିତା ଙ୍କୁ ଅବାଞ୍ଛିତ ଗର୍ଭଧାରଣରୁ ମୁକ୍ତିଦେବ ବୋଲି ପ୍ରକାଶ ଜାବଡ଼େକର କହିଛନ୍ତି । ୨୦ ସପ୍ତାହରେ ଗର୍ଭପାତ କରିବା ଦ୍ୱାରା ମା ଜୀବନ କୁ ବିପଦ ସୃଷ୍ଟି ହେଉଛି ତେଣୁ ଏହାର ସମୟସୀମାକୁ ବୃଦ୍ଧି କରାଯାଇଛି।

Comments are closed.