ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତର ପ୍ରଥମ କରୋନା ଆକ୍ରାନ୍ତ କେରଳରେ ଚିହ୍ନଟ ହୋଇଛନ୍ତି। କେରଳରେ ଜଣେ ଛାତ୍ର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସମ୍ପୃକ୍ତ ଛାତ୍ର ଜଣକ ଚୀନର ୟୁହାନ ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ଚୀନରୁ ଆକ୍ରାନ୍ତ ହୋଇ ସେ କେରଳ ଫେରିଥିବା ଜଣାଯାଇଛି। କରୋନା ଆକ୍ରାନ୍ତ ସମ୍ପୃକ୍ତ ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାର, ଏଯାବତ୍ ମାରାତ୍ମକ କରୋନା ଭାଇରସ୍ ଆକ୍ରାନ୍ତ ହୋଇ ୧୭୦ରୁ ଊର୍ଧ୍ୱ ଜଣ ପ୍ରାଣ ହରାଇଥିବା ବେଳେ ୨ହଜାରୁ ଉର୍ଧ୍ୱ ଜଣ ରୋଗାକ୍ରାନ୍ତ ହୋଇଥିବା କଥା ଗତ ସୋମବାର ଚୀନ୍ ପକ୍ଷରୁ ପ୍ରକାଶ ପାଇଥିଲା। ତେବେ କେରଳରେ ଏହି ମାରାତ୍ମକ ଭାଇରାସ୍ ଆକ୍ରାନ୍ତ ଛାତ୍ର ଜଣକ ଚୀନର ଉହାନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ନିକଟରେ କେରଳକୁ ଫେରିଥିଲେ। କେରଳ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଚିକିତ୍ସା ପାଇଁ ହସ୍ପିଟାଲ ଯିବା ପରେ ତାଙ୍କ ଶରୀରରେ କରୋନା ଭାଇରସ୍ ଥିବା ଚିହ୍ନଟ ହୋଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।
ତେବେ ଚୀନ ବ୍ୟତୀତ ଅନ୍ୟ ଦେଶରରେ ଏହି ମାରାତ୍ମକ କରୋନା ଭାଇରସ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। କେରଳ ବ୍ୟବୀତ ଗୁଜୁରାଟରେ ବି ଦୁଇଟି ସନ୍ଦିଗ୍ଧ କରୋନା ଭାଇରସ ସଂକ୍ରମଣ ଘଟଣା ସାମ୍ନାକୁ ଆସିଛି। ଗୁଜୁରାଟର ବଡୋଦରାର ଏସ୍ଏସ୍ଜି ହସ୍ପିଟାଲ୍କୁ ଏମିତି ଦୁଇଟି ରୋଗୀଙ୍କୁ ଅଣାଯାଇଛି।