ସିଏଏ ଅସନ୍ତୋଷ, ଜାମିଆରେ ଫୁଟିଲା ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ବିରୋଧୀ ବିରୋଧୀ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ। ଆଜି ଜାମିଆ ବିଶ୍ୱବିଦ୍ୟାଳୟ ଅଂଚଳରେ ବିରୋଧ ପ୍ରଦର୍ଶନ ବେଳେ ଜଣେ ଅଜଣା ବ୍ୟକ୍ତି ଖୁଲମାଖୁଲା ଗୁଳି ଚଳାଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗୁଳି ଚଳାଇଥିବା ବ୍ୟକ୍ତି ବାହାରରୁ ଆସିଥିଲା। ଗୁଳି ଚଳାଇଥିବା ବ୍ୟକ୍ତି କହୁଥିଲା, ଦିଲ୍ଲୀ ପୋଲିସ ଜିନ୍ଦାବାଦ, ଜାମିଆ ମୁର୍ଦ୍ଦାବାଦ। ସିଏଏ ବିରୋଧରେ ଜାମିଆରୁ ରାଜଘାଟ ଯାଏଁ ରାଲି ବାହାରୁଥିବାବେଳେ ଏଭଳି ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡ ପରେ ବି ରାଲି ବାହାରିଥିଲା। ଘଟଣା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ସଂପୃକ୍ତ ବ୍ୟକ୍ତିଙ୍କଠାରୁ ପିସ୍ତଲ ଜବତ ହୋଇଛି। ପୋଲିସର ଘଟଣାର ତଦନ୍ତ କରୁଛି। ସଂପୃକ୍ତ ବ୍ୟକ୍ତି ଗୁଳି ଚଳାଇବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସେ ପିସ୍ତଲ ବାହାର କରି ଗୁଳି ଚଳାଇବାର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି।
ତେବେ ବଡ କଥା ହେଲା କି, ଏହି ସବୁ ଘଟଣା ପୋଲିସ ଉପସ୍ଥିତିରେ ଘଟିଛି। ଆକ୍ରମଣକାରୀ ଯୁବକ ନିଜର ନାଁ ଗୋପାଳ ଓ ସେ ଜଣେ ରାମଭକ୍ତ ବୋଲି ଦାବି କରିଛି । ଆହତ ହୋଇଥିବା ଛାତ୍ର ସାଦାବ ଓ ସେ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ବୋଲି ଜଣାପଡିଛି। ସବୁଠାରୁ ବଡ କଥା ହେଲା, ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଛି। ବଡ ପ୍ରଶ୍ନ ହେଉଛି, କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ଯୁବକ ଗୁଳି ଚଳାଇବାକୁ ସାହାସ କଲା କିଭଳି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୁଳି ଚଳାଇବାବେଳେ ପୋଲିସ ଦେଖୁଥିଲେ ବି କିଛି କରିନଥିଲା। ପ୍ରଦର୍ଶନକାରୀ ଆଗକୁ ବଢିଥିବାବେଳେ ପୋଲିସ ଚୁପ ହୋଇ ଠିଆ ହୋଇଥିଲା।