Odisha Link
Bridging the Missing Links in Odisha

ମଦ ମାଫିଆ ମାମୁ ଓ ଭଣଜା ଗିରଫ

ଭୁବନେଶ୍ୱର: ନକଲି ବିଦେଶୀ ମଦ ମାଫିଆ ଗ୍ୟାଙ୍ଗର ମୁଖ୍ୟ ମାମୁ ଓ ଭଣଜାଙ୍କୁ ଗିରଫ କରାଯାଇଛି। କଟକ ଅବକାରୀ ବିଭାଗ ପକ୍ଷରୁ ବାଲେଶ୍ୱରରୁ ଚଢଉ କରି ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମାମୁ ସୁରେଶ ମହାନ୍ତି ଓ ଭଣଜା ଅଜିତ ମହାନ୍ତି। ଅବକାରୀ ବିଭାଗ ନକଲି ମଦ କାରଖାନା ସହ ମଦ ତିଆରି ସରଞ୍ଜାମ ଜବତ କରିଛି। ଏହି ଚଢଉ ବେଳେ ୫୦ ଲିଟର ସ୍ପିରିଟ ଓ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି।

Comments are closed.