Odisha Link
Bridging the Missing Links in Odisha

କରୋନା ଭାଇରସ୍: ଦିଲ୍ଲୀରେ ୬ଜଣ ଆକ୍ରାନ୍ତ ହୋଇଥିବା ସନ୍ଦେହ

ନୂଆଦିଲ୍ଲୀ: ଏବେ ଦିଲ୍ଲୀରେ କରୋନା ଆତଙ୍କ। ଆଜି ଦିଲ୍ଲୀରେ କରୋନା ଭାଇରସରେ ଆକ୍ରାନ୍ତ ସନ୍ଦେହରେ ୬ ଜଣ ଲୋକଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି ଓ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ପରୀକ୍ଷା କରାଯାଇଛି କିନ୍ତୁ ଏନେଇ ରିପୋର୍ଟ ମିଳି ନାହିଁ। ଗତକାଲି ଭାରତରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛି। କରୋନା ଭାଇରସରେ ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି।

ସୂଚନା ଅନୁଯାୟୀ, ୫ ଜଣ ବ୍ୟକ୍ତି ଦୀର୍ଘ ଦିନ ହେଲା ଥଣ୍ଡା ଓ କାଶ ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ। ଏହି ୫ ଜଣଙ୍କ ମଧ୍ୟରୁ ଜଣେ ୨୪ ବର୍ଷୀୟ ମହିଳା ଥିବା ବେଳେ ସେ ଗତ ଜାନୁଆରୀ ୨୯ରେ ସେ ଭାରତକୁ ଆସିଛନ୍ତି। ଏଥିସହ ୪୫ ବର୍ଷୀୟ ବ୍ୟକ୍ତି ଜାନୁଆରୀ ୨୩ ଓ ୩୫ ବର୍ଷୀୟ ବ୍ୟକ୍ତି ଜାନୁଆରୀ ୨୮,୩୪ ବର୍ଷୀୟ ବ୍ୟକ୍ତି ଜାନୁଆରୀ ୧୬,୧୯ ବର୍ଷୀୟ ଯୁବକ ଜାନୁଆରୀ ୨୪ରେ ଭାରତକୁ ଫେରିଥିଲେ। ଏହି ୫ ଜଣ ୩୦ ତାରିଖ ରାତିରେ କରୋନା ଭାଇରସରେ ଆକ୍ରାନ୍ତ ଥିବା ଆଶଙ୍କା କରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହ ଜଣେ ୩୨ ବର୍ଷୀୟ ମହିଳା ଅସୁସ୍ଥତା ଅନୁଭବ କରୁଥିବାରୁ ତାଙ୍କୁ ମଧ୍ୟ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି।

Comments are closed.