Odisha Link
Bridging the Missing Links in Odisha

ବାଇକ ଦୁର୍ଘଟଣାରେ ୨ ମୃତ୍ୟୁ ,୧ ଗୁରୁତର

ସୋର : ଆଜି ଦିନ ୧୧ଟାରେ ଏକ ବାଇକକୁ ଏକ ଟମାଟୋ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଛି । ବାଇକର ପଛ ପଟୁ ଭ୍ୟାନ୍‌ଟି ଥିବାରୁ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଛପୋଲିଆ ନିକଟରେ ହୋଇଛି ।

ଏକ ବାଇକ୍‌ରେ ଚନ୍ଦନ, ସୀମା ଓ ସ୍ୱପ୍ନାରାଣୀ ଅସୁରାଳିରୁ ପଞ୍ଚଲିଙ୍ଗେଶ୍ୱର ଯାଉଥିଲେ। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଚନ୍ଦନ ରାଉତ ଓ ସୀମା। ଗୁରୁତରଙ୍କ ନାଁ ସ୍ୱପ୍ନାରାଣୀ ଜେନା । ମୃତାହତ ସମସ୍ତେ ସାଙ୍ଗ ଥିଲେ। ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଅସୁରାଳି ଅଞ୍ଚଳରେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଘଟାଇ ଫେରାର୍ ହୋଇଯାଇଛି।

Comments are closed.