Odisha Link
Bridging the Missing Links in Odisha

ଦୁଇରୁ ଅଧିକ ଥର ବିବାହ କରିଛନ୍ତିି ଏହି ଅଭିନେତ୍ରୀମାନେ

ମୁମ୍ବାଇ : ଦର୍ଶକ ସର୍ବଦା ନିଜ ପସନ୍ଦିଦା ଷ୍ଟାର ମାନଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଇଚ୍ଛୁକ ଥାନ୍ତି । ତାଙ୍କର ଖାଇବା , ପିଇବା, ପୋଷାକ ଇତ୍ୟାଦି ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ସେମାନ ତାଙ୍କ ଷ୍ଟାରମାନଙ୍କ ପ୍ରଫେଶନ ଲାଇଫ ବ୍ୟତିତ ବ୍ୟତିଗତ ଜୀବନ ବିଷୟରେ ଭାବିଥାନ୍ତି ।

ତେବେ ଅନେକ ସିନେତାରକା ସିନେମାରେ ବିବାହ ପୋଷାକରେ ନଜର ଆସି ସାରିଛନ୍ତି । ତାଙ୍କ ଫ୍ୟନ ମାନେ ତାଙ୍କୁ ରିୟସ ଲାଇଫ୍ ରେ ସେହି ବେଶରେ ଦେଖିବାକୁ ଚାହିଁ ବସିଛନ୍ତି । ଆଲିୟା , କଟ୍ରିନା, ସାରା, ଆଦି ଅଭିନେତ୍ରୀ ରିଲ୍ ଲାଇଫରେ ବିବାହର ପୋଷକରେ ନଜର ଆସି ସାରିଛନ୍ତି ।

ଆଲିୟା : 

ଆଲିୟା – ରଣବୀର କପୁରଙ୍କ ଫ୍ୟାନ ତାଙ୍କ ବିବାହକୁ ଚାହିଁଛନ୍ତି । ତେବେ ଏହି ବିଷୟ ଆଲିୟା – ରଣବୀର କିଛି ସୂଚନା ଦେଇନାହାନ୍ତି । ଆଲାୟା ସିନେମାରେ ଛଅଥର ବିବାହ କରିଛନ୍ତି, ଷ୍ଟୁଡେଣ୍ଟ ଅଫ ଦି ଇୟର , କଲଙ୍କ , ରାଜି, ୨ ଷ୍ଟେଟ୍ , ବଦ୍ରିନାଥ କି ଦୁଲ୍ ହନିଆ, ହମଟି ଶର୍ମା କି ଦୁଲହନିଆ ଆଦି ।

ସାରା ଅଲ୍ଲୀ ଖାଁ :


ସାରା ଅଲ୍ଲୀ ଖାଁ ନିଜ ସିନେମା ଲଭ ଆଜ କଲ ର ପ୍ରମସନ ପାଇଁ ବିଜି ଅଛନ୍ତି । ତେବେ ତାଙ୍କର କାର୍ତ୍ତିକ ଆରିୟନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ଉଠିଥିଲା ।ଏବଂ ଅନେକ ସମୟରେ ଦୁହେଁଙ୍କୁ ଏକାଠି ଦେଖିବାକୁ ମଧ୍ୟ ମିଳୁଛି । ତେବେ ସାରା ତାଙ୍କ ସିନେମା କେଦାର ନାଥରେ ବିବାହ ପୋଷାକରେ ନଜର ଆସିଥିଲେ । ଲାଲି ରଙ୍ଗର ଲେହେଙ୍ଗା ଓ ଅଳଙ୍କାରରେ ସାରା ବେଶ୍ ସୁନ୍ଦର ଦେଖାଯାଉଥିଲେ ।

କିୟାରା ଆଡଭାନି

କିୟାରା ସିନେମାରେ ୩ଥର ବିବାହ କରିଛନ୍ତି । ତାଙ୍କ ଅଭିନିତ ସିନେମା ଗୁଜ ନିୟୁଜ ସଫଳତା କରିଛି । ତାଙ୍କର ନାଁ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଯୋଡା ହୋଇଛି । ତାଙ୍କ ପ୍ରଶଂସକ ଦୁହିଁଙ୍କ ବିବାହ କୁ ଅପେକ୍ଷା କରି ଅଛନ୍ତି । ସିଦ୍ଧାର୍ଥ ଓ କିୟାରା ସିନେମା ଶେରଶାହା ରେ ଏକାଠି ନଜର ଆସୁଛନ୍ତି ।

କଟ୍ରିନା କୈଫ୍ :


ବଲିଉଡର ସବୁଠୁ ଚାହିଦା ଅଭିନେତ୍ରୀ । ସେ ଅନେକ ସିନେମାରେ ନିଜର ଭିନ୍ନ ଭିନ୍ନ ଅଭିନୟ କରି ସମସ୍ତଙ୍କ ମନ କିଣି ସାରିଛନ୍ତି । ତେବେ କଟ୍ରିନାଙ୍କୁ ଅନେକ ସିନେମାରେ ବିବାହ ପୋଷାକରେ ଦର୍ଶକ ଦେଖି ସାରିଛନ୍ତି । ରିଲ ଲାଇଫ ବ୍ୟତିତ ରିୟଲ ଲାଇଫରେ ତାଙ୍କୁ ଦର୍ଶକ କେବେ ଦେଖବେ ତାହା ଜଣା ପଡିନାହିଁ ।

Comments are closed.