Odisha Link
Bridging the Missing Links in Odisha

ତୈମୁର ଘରକୁ ଗାର୍ଲଫ୍ରେଣ୍ଡ ନେଇ ଆସିଲେ କ’ଣ କରିବେ ? କରିନା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ : ବଲିଉଡ ନାୟିକା କରିନା କପୁର କିଛିନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାନ୍ତି । ତାଙ୍କ ପୁଅ ତୈମୁର ମଧ୍ୟ ଜନ୍ମ ହେବାଠାରୁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି । ତେବେ କରିନାଙ୍କୁ ଅନେକ ସମୟ ହେବ ଏକ ରେଡିଓ ଶୋ’ରେ ନଜର ଆସୁଛନ୍ତି, ଯେଉଁଥିରେ ସେ ସବୁବେଳେ କୌଣସି ନା କୌଣସି ଷ୍ଟାର୍‌ଙ୍କ ସହିତ ଗପସପ କରିଥାନ୍ତି ।

ଏଥର ତାଙ୍କ ସହିତ ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ନଜର ଆସିଥିଲେ । ଶୋ’ ଚାଲୁଥିବା ବେଳେ କରିନା ତାପସୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଯଦି ତାଙ୍କ ପୁଅ ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ଘରେ ପହଞ୍ଚିବେ ସେ କ’ଣ କରିବେ? ଯଦିଓ ତାପସୀ ଏହି ପ୍ରଶ୍ନର ଠିକ୍‌ ଉତ୍ତର ଦେଇପାରି ନ ଥିଲେ, କିନ୍ତୁ ମା’ କରିନା ଜବରଦସ୍ତ ଉତ୍ତର ଦେଇଥିଲେ ।

କରିନା ପଚାରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ତାପସୀ କହିଥିଲେ, ‘ଏବେ ତାଙ୍କୁ ବିବାହ କରିବାକୁ ଅଛି, ଏହାପରେ ପିଲା ହେବେ’। ତାପସୀ ଏଥିରେ ତାଙ୍କୁ ସାହାଯ୍ୟ କରିବା ପାଇଁ କରିନାଙ୍କୁ କହିଥିଲେ । ଏହା ଶୁଣି କରିନା କହିଥିଲେ, ମୁଁ ଜାଣିନାହିଁ, କିନ୍ତୁ ମୁଁ ପଞ୍ଜାବୀ ମା’ ।

ତାପସୀ ଯେତେବେଳେ କରିନାଙ୍କୁ ପଚାରିଥିଲେ, ସେ ପରଟା ସହିତ ତୈମୁରଙ୍କ ଗାର୍ଲଫ୍ରେଣ୍ଡଙ୍କୁ ସ୍ୱାଗତ କରିବେ କି? ସେହି ସମୟରେ କରିନା କହିଥିଲେ, ଏହା ଅନ୍‌ସେଫ୍‌। ମୁଁ ତାକୁ କେବେ ଘରକୁ ଆସିବା ପାଇଁ କହିବିନି’।

Comments are closed.