Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଟିଆରପି ତାଲିକା, ଜାଣନ୍ତୁ ଆପଣଙ୍କ ମନ ପସନ୍ଦ ସିରିୟଲର ଟିଆରିପି କେତେ

ମୁମ୍ବାଇ : ସିରିୟଲରେ ଟିଆରପି ସବୁଠାରୁ ଅଧିକ ଗୁରୁତ୍ବ ରହିଥାଏ । ତେବେ ଚଳିତ ବର୍ଷ ତୃତୀୟ ସପ୍ତାହର ଟେଲିଭିଜନ୍‌ ସିରିଏଲ୍‌ର ଟିଆର୍‌ପି ଲିଷ୍ଟ ବାହାରିଛି । ଟିଆର୍‌ପି ବଡ଼ିବା କମିବା ଶୋ ଉପରେ ଅନେକ ପ୍ରଭାବ ପକାଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ସିରିଏଲ୍‌ କେତେ ନମ୍ବରରେ ରହିଛି ।

୧-ଏକ ନମ୍ବରରେ ପାରବାରିକ ଧାରାବାହିକ କୁଣ୍ଡଲି ଭାଗ୍ୟ ରହିଛି । ଏହି ସିରିୟସଟି ଦର୍ଶକଙ୍କ ମନ କିଣି ନେଇଥିବା ସହ ଏହା ଲଗାତାର ୩ଦୁଇ ସପ୍ତାହ ହେଲାଣି ନମ୍ବର ୱାନ୍‌ରେ ରହିଛି। ସିରିୟଲରେ ରଧା ଆର୍ଯ୍ୟା ଓ ଧୀରଜ ଧୁପର୍‌ଙ୍କ ରୋମାନ୍ସ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି ।

୨- ଗତ ଜୁଲାଇମାସରେ ଆରମ୍ଭ ହୋଇଥିବା ଶୋ ଛୋଟି ସର୍ଦ୍ଦାରଣୀ ଦ୍ବିତୀୟ ସ୍ଥାନରେ ଅଛି । ଶୋ’ ଅନ୍ୟ ବଡ଼ ବଡ଼ ଶୋ’କୁ ପଛରେ ପକାଇ ପ୍ରଥମ ଥର ପାଇଁ ଟପ୍‌ ୫ ଲିଷ୍ଟରେ ସାମିଲ୍‌ ହୋଇଛି ।

୩- ସିରିୟଲ କୁଇନ ଏକତା କପୁରଙ୍କ ଶୋ ‘ନାଗୀନ୍‌ ୪’ତୃତୀୟ ସ୍ଥାାନରେ ଅଛି । ଏହି ଶୋ’ଟି ପ୍ରଥମ ସପ୍ତାହରେ ନମ୍ବର ୱାନ୍‌ରେ ଓ ଦ୍ୱିତୀୟ ସପ୍ତାହରେ ୨ ନମ୍ବରରେ ଖସି ଆସିଥିଲା ଆଉ ଏବେ ଏହା ତୃତୀୟ ନମ୍ବରରେ ସ୍ଥାନ ପାଇଛି। ଗତ ଦୁଇ ସପ୍ତାହ ହେଲାଣି ଏହି ଶୋ’ ଟିଆର୍‌ପି ରେଟିଂରେ ତଳକୁ ଖସିବାରେ ଲାଗିଛି।

୪- ୨୦୦୯ରେ ଆରମ୍ଭ ହୋଇଥିଲା ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ୪ ନମ୍ବରେ ରହିଛି । ଏହା ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ସମୟ ଧରି ଚାଲିଥିବା ସିରିଏଲ୍ । ଏହି ସିରିୟଲ କୌଣସି ସ୍ଥାନ ପରିବର୍ତ୍ତନ ହୋଇ ନାହିଁ । ଏଥିରେ ଦର୍ଶକ କାର୍ତ୍ତିକ ଓ ନାଏରାଙ୍କ ଲଭ୍‌ଷ୍ଟୋରୀକୁ ବେଶ୍ ପସନ୍ଦ କରୁଛନ୍ତି ।

୫- ସଲମାନଙ୍କ ରିଆଲିଟି ଶୋ ‘ବିଗ୍‌ ବସ୍‌ ୧୩’ର ପଞ୍ଚମ ସ୍ଥାନରେ ପାଇଛି । ତେବେ ଏହାର ଟିଆରପି ରେଟିଂ ଏଥର କମିଯାଇଛି । ଶୋ ଟିର ଗ୍ରାଣ୍ଡ ଫିନାଲେ ଫେବୃଆରୀ ୧୫ରେ ହେବାର ସମ୍ଭାବନା ରହିଛି ।

୬ ନମ୍ବରରେ ‘କୁମ୍‌କୁମ୍‌ ଭାଗ୍ୟ’, ୭ ନମ୍ବରରେ ‘ତାରକ ମେହେତା କା ଉଲଟା ଚଷମା’, ୮ ନମ୍ବରରେ ‘ଶକ୍ତି ଅସ୍ତିତ୍ୱ କେ ଏହଶାସ’, ୯ ନମ୍ବରରେ ‘ୟେ ଯାଦୁ ହୈ ଜିନ୍‌ କା’ ଓ ୧୦ ନମ୍ବରରେ ‘କପିଲ୍‌ ଶର୍ମା ଶୋ’ ରହିଛି।

Comments are closed.