ବଜେଟ ୨୦୨୦: ପରିବହନ କ୍ଷେତ୍ରକୁ ୧.୭୦ ଲକ୍ଷ କୋଟି

ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବେଶ୍ ଗୁରୁତ୍ବ ଦେଇଛନ୍ତି। ଦେଶର ସଡ଼କ ଓ ପରିବହନ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହା ଅଧୀନରେ ଆଧୁନିକ ରେଳ ଷ୍ଟେଶନ, ବିମାନବନ୍ଦର, ବସ୍ଷ୍ଟାଣ୍ଡ ନିର୍ମାଣ କରାଯିବ।
ଦିଲ୍ଲୀ-ବମ୍ବେ ଏକ୍ସପ୍ରେସ ୱେ, ଚେନ୍ନାଇ-ବାଙ୍ଗାଲୁରୁ ଏକ୍ସପ୍ରେସ ୱେ ନିର୍ମାଣ ଶେଷ କରାଯିବ। ମୁମ୍ବଇ-ଅହମ୍ମଦାବାଦ ମଧ୍ୟରେ ବୁଲେଟ୍ ଟ୍ରେନ ଚଳାଚଳ ପାଇଁ କାର୍ଯ୍ୟକୁ ତ୍ଵରାନ୍ବିତ କରାଯିବ। ଜଳ ବିକାଶ ମାର୍ଗକୁ ଆସାମ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଦେଶରେ ୨୦୨୪ ସୁଦ୍ଧା ୧୦୦ ନୂଆ ବିମାନବନ୍ଦର ନିର୍ମାଣ ହେବ। ୨୭ ହଜାର କିଲୋମିଟର ରେଳପଥକୁ ବିଦ୍ୟୁତୀକରଣ କରାଯିବ। ତେଜସ ଟ୍ରେନ ସଂଖ୍ୟା ବୃଦ୍ଧି କରାଯିବ।