Odisha Link
Bridging the Missing Links in Odisha

ବଜେଟ୍ ପୂର୍ବରୁ ଖସିଲା ସେୟାର ମାର୍କେଟ୍‌

ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୦-୨୧ ବର୍ଷ ପାଇଁ ଆର୍ଥିକ ବଜେଟ୍ । ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଖସିଲା ସେୟାର ମାର୍କେଟ୍‌। କାରବାର ଆରମ୍ଭରୁ ସେନସେକ୍ସ ୨୦୦ ପଏଣ୍ଟରୁ ଅଧିକ ଏବଂ ବେଳେ ନିଫ୍ଟି ୧୩୦ ପଏଣ୍ଟ ହ୍ରାସ ପାଇ ୧୧,୯୦୦କୁ ହ୍ରାସ ପାଇଛି।

ସୋମବାର ଦିନ ସେନସେକ୍ସ ୬୪୫ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ୧୯୪ ପଏଣ୍ଟ ହ୍ରାସ ଘଟିଥିଲା । ସେହିଭଳି ବୁଧବାର ଦିନ ସେନସେକ୍ସ ୨୩୧.୮୦ ପଏଣ୍ଟ ବୃଦ୍ଧି ହୋଇ ୪୧,୧୯୮.୬୬ ଏବଂ ନିଫ୍ଟି ୭୩.୭୦ ପଏଣ୍ଟ ବୃଦ୍ଧି ପାଇ ୧୨,୧୨୯.୫୦ରେ ବନ୍ଦ ହୋଇଥିଲା । ଗୁରୁବାର ଦିନ ସେନସେକ୍ସ ୨୮୫ ପଏଣ୍ଟ ହ୍ରାସ ସହ ୪୦,୯୧୩.୮୨ ଏବଂ ନିଫ୍ଟି ୯୪ ପଏଣ୍ଟ ହ୍ରାସ ପାଇ ୧୨୦୩୫.୮୦ରେ ବନ୍ଦ ହୋଇଥିଲା । ଶୁକ୍ରବାର ଦିନ ସେନସେକ୍ସ ୧୯୦.୩୩ ପଏଣ୍ଟ ଅଥବା ୦.୪୭ ପ୍ରତିଶତ ହ୍ରାସ ପାଇ ୪୦,୭୨୩.୪୯ ପଏଣ୍ଟରେ ବନ୍ଦ ହୋଇଥିଲା । ସେହିଭଳି ନିଫ୍ଟି ୭୩.୭୦ ପଏଣ୍ଟ ଅଥବା ୦.୬୧ ପ୍ରତିଶତ ହ୍ରାସ ପାଇ ୧୧, ୯୬୨.୧୦ ପଏଣ୍ଟ ହୋଇଥିଲା।

Comments are closed.