Odisha Link
Bridging the Missing Links in Odisha

ଆଉ ରାଜଧାନୀ ରାସ୍ତାରେ ବୁଲିବେନି ଗାଈ

ଭୁବନେଶ୍ୱର: ଏଣିକି ରାଜଧାନୀର ରାସ୍ତାକୁ ଗୋରୁଗାଈ ଛାଡ଼ି ଧରାପଡିଲେ ଦେବେ ୫ ହଜାର ଟଙ୍କା ଜରିମାନା। ବୁଲା ଗୋରୁଗାଈଙ୍କ ଉପରେ କଡ଼ା ନଜର ରଖିବ ବିଏମସି। ଯଦି କେଉଁ ସ୍ଥାନରେ ଗୋରୁଗାଈ ବୁଲୁଥିବେ, ତାହେଲେ ସେମାନଙ୍କୁ ବିଏମସିର ଟିମ୍ ଧରିନେଇ କାଞ୍ଜିଆ ହୁଦାରେ ରଖିବେ ଗୋରୁ ମୁକୁଳାଇବା ପାଇଁ ୫ ହଜାର ଟଙ୍କା ଫାଇନ ଗଣିବେ ଗୋ-ପାଳକ।
ଗୋରୁଗାଈଙ୍କୁ ଧରାଯିବାର ତିନି ଦିନ ମଧ୍ୟରେ ଗୋପାଳକମାନେ ମାଲିକାନା ଦାବି କରିପାରିବେ। ଯଦି ଦ୍ୱିତୀୟ ଥର ଧରାପଡେ, ତାହେଲେ ସମ୍ପୃକ୍ତ ଗୋରୁଗାଈକୁ ପଡୋଶୀ ଜିଲ୍ଲାର ଯେଉଁ ସ୍ୱଂୟ ସହାୟକ ଗୋଷ୍ଠୀ ଡାଏରୀ ଫାର୍ମ କରିଥିବେ ସେମାନଙ୍କୁ ହସ୍ତାନ୍ତର କରାଯିବା ନେଇ ନିଷ୍ପତ୍ତି ହୋଇଛି।

Comments are closed.