Odisha Link
Bridging the Missing Links in Odisha

କରୋନା ଭାଇରସ୍: ଚୀନରେ ୨୫୯ ମୃତ, ୧୫ହଜାର ଆକ୍ରାନ୍ତ

ବେଜିଂ: ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ଏବେ ଚୀନ୍‌ ସମେତ ୨୩ଟି ଦେଶକୁ ବ୍ୟାପିଛି। କରୋନା ଭାଇରସ୍‌ ଦିନକୁ ଦିନ ଏହାର କାୟା ବିସ୍ତାର କରୁଛି। ଚୀନ୍‌ରେ ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ୨୫୯କୁ ବୃଦ୍ଧି ପାଇଥିବା ବେଳେ ବିଶ୍ବବ୍ୟାପୀ ୧୫ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଭାଇରସ ବ୍ରିଟେନ, ଇଟାଲି, ଭାରତ, ଫିଲିପାଇନ୍ସ, ଫିନଲାଣ୍ଡ୍‌, ୟୁଏଇ, ଜର୍ମାନୀ, ଶ୍ରୀଲଙ୍କା, କାମ୍ବୋଡ଼ିଆ, କାନାଡ଼ା, ମାଲେସିଆ, ଅଷ୍ଟ୍ରେଲିଆ, ନେପାଳ, ଫ୍ରାନ୍ସ, ଭିଏତନାମ, ସିଙ୍ଗାପୁର, ହଂକଂ, ମକାଉ, ତାଇୱାନ୍‌, ଆମେରିକା, ଦକ୍ଷିଣ କୋରିଆ, ଜାପାନ ଏବଂ ଥାଇଲାଣ୍ଡରେ ପହଞ୍ଚି ସାରିଛି। ଚୀନ୍‌ରେ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୨୭ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଅଛି। ହୁୱେଇ ପ୍ରଦେଶରେ ଗୋଟିଏ ଦିନରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି। କରୋନା ଭାଇରସ୍‌ ବିଭିନ୍ନ ଦେଶକୁ ବ୍ୟାପୁଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗ୍ଲୋବାଲ୍‌ ହେଲ୍‌ଥ ‌ଏମର୍ଜେନ୍ସି ଘୋଷଣା କରାଯାଇଛି।

Comments are closed.