Odisha Link
Bridging the Missing Links in Odisha

କରୋନା ଭାଇରସ୍: କେରଳରେ ଦ୍ବିତୀୟ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଆଉ ଏକ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀ ଭାରତରେ ଚିହ୍ନଟ ହୋଇଛନ୍ତି। କେରଳର ହିଁ ୨ୟ ରୋଗୀ ଚିହ୍ନଟ ହୋଇଛନ୍ତି। କେରଳରେ ଚିହ୍ନଟ ହୋଇଥିବା ଦ୍ୱିତୀୟ କରୋନା ଭାଇରସ ରୋଗୀ ଚାଇନାର ବୋଲି ଜଣାପଡ଼ିଛି। ଏହି ରୋଗୀ ଜଣଙ୍କ ଜାନୁଆରୀ ୨୪ରେ ଚାଇନାରୁ କେରଳକୁ ଆସିଥିଲେ। ଏବେ ଏହି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ଚାଇନାର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭାଇରସରେ ଏଯାବତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଛି। ଏହି ଘାତକ ଭାଇରସର ଆକ୍ରାନ୍ତ ସଂଖ୍ୟା ଏବେ ୧୧,୭୯୧ରେ ପହଞ୍ଚିଛି। ଏବେ ସାରା ବିଶ୍ୱର ୨୦ଟି ଦେଶରେ ଏହି ଭାଇରସ ବ୍ୟାପୀଥିବା ଜଣାପଡ଼ିଛି।

Comments are closed.