Odisha Link
Bridging the Missing Links in Odisha

ଆଜି ୫ମ ଟି-୨୦: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ମାଉଣ୍ଟ ମାଉଙ୍ଗାନୁଇ: ଆଜି ନ୍ୟୁଜିଲାଣ୍ଡ-ଭାରତ ବିପକ୍ଷ ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍‌ ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ସିରିଜ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ରବିବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳିବାକୁ ଓହ୍ଲାଇବ। ଏହି ମ୍ୟାଚ୍ ଜିତି ଭାରତ ନ୍ୟୁଜିଲ୍ୟାଣ୍ଡକୁ ୫-୦ରେ କ୍ଲିନ୍‌ ସୁଇପ୍ କରିବାକୁ ଲକ୍ଷ୍ୟ ରଖିଛି। ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ୍ ତିନି କିମ୍ବା ତା’ଠାରୁ ଅଧିକ ମ୍ୟାଚର ଟି-୨୦ ସିରିଜରେ କେବେବି ମୂଳପୋଛ ହୋଇନାହିଁ। ୨୦୦୫ ପରଠାରୁ କିୱି ଟିମ୍ ତା’ ନିଜ ମାଟିରେ ଦ୍ୱିପାକ୍ଷିକ ଟି-୨୦ ସିରିଜରେ ମାତ୍ର ଥରେ ମ୍ୟାଚ୍ ହାରିଛି।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନିଟି ମ୍ୟାଚ୍‌ରେ କ୍ରମାଗତ ବିଜୟ ହାସଲ କରିଥିବା କୋହଲି ବାହିନୀ ଚତୁର୍ଥ ମ୍ୟାଚ୍‌ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ବିଶ୍ରାମ ଦେଇଥିଲା। ତଥାପି ଏହି ରୋମାଞ୍ଚକର ଲଢ଼େଇକୁ ସୁପର ଓଭରରେ ଜିତି ନେଇଥିଲା। ଶୃଙ୍ଖଳାରେ ମଧ୍ୟ ଏହା ଦଳର ଲାଗାତର ଦ୍ବିତୀୟ ସୁପର ଓଭର ବିଜୟ ଥିଲା। ଭାରତର ଉଭୟ ସୁପର ଓଭର ବିଜୟରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ପରାଜିତ ହୋଇଥିଲା। ସେଥିପାଇଁ ଆସନ୍ତାକାଲିର ମ୍ୟାଚ୍‌ରେ କିୱି ଦଳ ସାନ୍ତ୍ବନାମୂଳକ ବିଜୟରେ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। ତେବେ ଘରୋଇ ଦଳ ନିଶ୍ଚିତ ଭାବେ ନିଜ ଅଧିନାୟକ କେନ୍ ୱିଲିୟମସନଙ୍କ ଅନୁପସ୍ଥିତି ଅନୁଭବ କରିବ। ଆହତ ହେବା ପରେ ୱିଲିୟମସନ୍ ଶୃଙ୍ଖଳାର ‌ଶେଷ ଦୁଇ ମୁକାବିଲାରୁ ବାଦ୍ ପଡ଼ିଛନ୍ତି।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କଲିନ୍ ମୁନ୍ରୋ ଫର୍ମକୁ ଫେରିବା ନ୍ୟୁଜିଲାଣ୍ଡ ପାଇଁ ଅବଶ୍ୟ ଆଶ୍ବସ୍ତିକର ଖବର ହୋଇଛି। ମାଉଣ୍ଟମଙ୍ଗନୁଇରେ ମଧ୍ୟ ପୂର୍ବରୁ ସେ ୬୧.୪୦ ହାରରେ ରନ୍ ସଂଗ୍ରହ କରିଛନ୍ତି। ରବିବାର ତାଙ୍କ ପ୍ରଦର୍ଶନ ନ୍ୟୁଜିଲାଣ୍ଡ ପାଇଁ ଢେର ମହତ୍ବପୂର୍ଣ୍ଣ ରହିବ। ସେପଟେ ଭାରତ ପ୍ରମୁଖ ବୋଲରଙ୍କୁ ହରାଇବା ପରେ ଯୁବ ବୋଲରଙ୍କୁ ନେଇ ଚମତ୍କାର ପ୍ରଦର୍ଶନ କରିଆସୁଛି। ଇତିହାସ ସୁଯୋଗ ଥିଲେ ମଧ୍ୟ ଚତୁର୍ଥ ଭଳି ପଞ୍ଚମ ମୁକାବିଲାରେ ଭାରତ ଚୂଡ଼ାନ୍ତ ଦଳରେ ପରୀକ୍ଷାନିରୀକ୍ଷା କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Comments are closed.