Odisha Link
Bridging the Missing Links in Odisha

ଅର୍ଥ ବ୍ୟବସ୍ଥାକୁ ମଜବୁତ୍‌ କରିବ ବଜେଟ୍‌: ମୋଦି

ନୂଆଦିଲ୍ଲୀ: ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ଦୁଇ ଘଣ୍ଟା ୪୧ ମିନିଟ୍‌ ଧରି ଦେଶବାସୀଙ୍କ ପାଇଁ ବଜେଟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ମୋଦି କହିଛନ୍ତି ଯେ, ବଜେଟ୍‌ ଅର୍ଥ ବ୍ୟବସ୍ଥାକୁ ମଜବୁତ୍‌ କରିବ। କୃଷକଙ୍କ ପାଇଁ ଆୟ ଦୁଇ ଗୁଣ କରିବାକୁ ସରକାର ଚେଷ୍ଟିତ। ଏହି ବଜେଟ୍‌ ଜରିଆରେ ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବଢିବ। ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟିର ଲକ୍ଷ୍ୟ ସହ ଯୁବକଙ୍କ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି। ଦେଶର ୧୦୦ ଏୟାର ପୋର୍ଟର ବିକାଶ କରିବା ଲକ୍ଷ୍ୟ ରଖାଯାଇଛି। ୧ ଲକ୍ଷ ଗ୍ରାମପଞ୍ଚାୟତରେ ବ୍ରଡବ୍ୟାଣ୍ଡ ସଂଯୋଗ ଲକ୍ଷ୍ୟ ରଖାଯାଇଛି। ଗରିବ, ଆଦିବାସୀ, ଦଳିତଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ବଜେଟ ଦେଶର ଆବଶ୍ୟକତା ପୂରଣ କରିବ।

Comments are closed.