Odisha Link
Bridging the Missing Links in Odisha

ଆଦିବାସୀ ମେଳା : ସାଂସ୍କୃତିକ ମଣ୍ଡପ ଓ ଜାତୀୟ ଜନଜାତି ଖାଦ୍ୟ ମେଳାରେ ଭିଡ଼

ଭୁବନେଶ୍ୱର : ଆଦିବାସୀ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ଜନଜାତି କଳାକାରମାନଙ୍କ ସିଧାସଳଖ କଳା ପ୍ରଦର୍ଶନ । ପ୍ରଥମ ଥର ପାଇଁ ମେଳାରେ ବିଭିନ୍ନ ପାର ̧ରିକ ଚିତ୍ରକଳା, ବୁଣାବୁଣି ଆଦିକୁ ଦର୍ଶକମାନେ ସିଧାସଳଖ ଦେଖିବାକୁ ପାଉଛନ୍ତି । ଲୋକଙ୍କ ସମ୍ମୁଖରେ ଜନଜାତି କଳାକାରମାନେ ସେମାନଙ୍କର ପାର ̧ରିକ ଚିତ୍ରକଳା, ପୋଷାକ ପ୍ରସ୍ତୁତି ଆସି ଦେଖାଉଥିବାବେଳେ ଏଥର ମେଳାରେ ଗଣ୍ଡ ଜନଜାତିର କଳାକାରମାନେ ଗଣ୍ଡ ଓ ଲାଞ୍ଜିଆ ସଉରାମାନେ ସଉରା ଚିତ୍ରକଳା ପ୍ରଦର୍ଶନ କରୁଛନ୍ତି ।

ସେହିଭଳି କୁଲ୍‌ସି, ଦୁରୁଆ ଓ ବଣ୍ଡା ଜନଜାତିଙ୍କର ପୋଷାକ ବୁଣା ଶୈଳୀ ଉପରେ ଦର୍ଶକଙ୍କ ଆଖି ଲାଖି ଯାଉଛି । ସାନ୍ତାଳଙ୍କ ଡୋକ୍ରା, ଲୋଧାଙ୍କ ବାଉଁଶକାମ, ମାଙ୍କଡିଆଙ୍କ ଶିଆଳି ପତ୍ର, ବାଥୁଡ଼ି ସଂ ପ୍ରଦାୟର ସବାଇ ଘାସର କାମ ମେଳାରେ ସାଜିଛି ମୁଖ୍ୟ ଆକର୍ଷଣ ।

ସହରୀ ଲୋକଙ୍କୁ ଜନଜାତିଙ୍କ ପାରମ୍ପାରିକ ସାମଗ୍ରୀ ପ୍ରସ୍ତୁତି ସଂକ୍ରାନ୍ତରେ ଜୀବନ୍ତ ଅଭିଜ୍ଞତା ଦେବା ପାଇଁ ଚଳିତ ବର୍ଷ ମେଳାରେ ଏଭଳି ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ମେଳା ଦାୟିତ୍ୱରେ ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଡକଫର ଅଖିଳ ବିହାରୀ ଓତା ।

ଡକଫର ଓତା କହିଛନ୍ତି ଯେଦର୍ଶକମାନେ ପୂର୍ବରୁ ଆସିବାସୀ ମେଳାରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଗହଣା, ବସ୍ତ୍ର, ଚିତ୍ରକଳା ଆଦି କେବଳ ଖରିଦ୍‌ କରୁଥିଲେ । ତାହା କିଭଳି ପ୍ରସ୍ତୁତ ହେଉଛି ସେ ସଂକ୍ରାନ୍ତରେ ଜାଣିବାର ଅବକାଶ ନଥିଲା । ଅନେକ ଦର୍ଶକ ଜାଣିବାକୁ ଇଚ୍ଛାବ୍ୟକ୍ତ କରି ନିରାଶ ହେଉଥିଲେ ।

କିନ୍ତୁ ଏଥର ମେଳାରେ ଜନଜାତି କଳାକାରଙ୍କ କଳାନୈ ପୁଣ୍ୟ ଲୋକେ ସିଧାସଳଖ ଦେଖିବା ସହିତ ନିଜ ପାଇଁ ଆବଶ୍ୟକ ସାମଗ୍ରୀ ସେହିଠାରେ ବରାଦ ଦେଇ ପାଇ ପାରୁଛନ୍ତି । ବଡ ବଡ ଶିଳ୍ପ ସଂସ୍ଥା ମଧ୍ୟ ଏହି ଚିତ୍ରକଳା ପ୍ରତି ବେଶ୍‌ ଆଗ୍ରହ ପ୍ରକାଶ କରିଛନ୍ତି ଯାହାକି ଜନଜାତି କଳାକାରଙ୍କ ଆୟ ବୃଦ୍ଧି ପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିଛି ।

ମେଳାର ଷଷ୍ଠ ସନ୍ଧ୍ୟାରୁ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ ହୋଇଥିବାବେଳେ ଆସାମ,ଗୁଜୁରାଟ, ମହାରାଷ୍ଟ୍ର, ମଣି ପୁର, ନାଗାଲ୍ୟାଣ୍ଡ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ସିକିମ୍‌ ସମେତ ଓଡ଼ିଶାର ଜନଜାତିଙ୍କ ନୃତ୍ୟ ପରିବେଷଣ ଖୁବ୍‌ ଚିତ୍ତାକର୍ଷକ ହୋଇଥିଲା ।

ବିଭିନ୍ନ ରାଜ୍ୟର ଜନଜାତି କଳାକାରଙ୍କ ବାଦ୍ୟ, ପୋଷାକ ଓ ନୃତ୍ୟକୁ ଲୋକେ ବେଶ୍‌ ମନଭରି ଉ ପଭୋଗ କରିଥିଲେ । ଶୁକ୍ରବାର ଦିନ ମେଳାକୁ ପ୍ରାୟ ଏକ ଲକ୍ଷ ଦର୍ଶକ ଆସିଥିବାବେଳେ ଜାତୀୟ ଜନଜାତି ଖାଦ୍ୟ ମେଳାରେ ବ୍ୟବସାୟ ୧୦ ଲକ୍ଷ ଟଙ୍କା ଅତିକ୍ରମ କରିଛି ।

ଖାଦ୍ୟ ସାଙ୍ଗକୁ ଲୋକେ ଆଦିବାସୀ ହାଟରୁ ବି ବହୁ ସାମଗ୍ରୀ ଖରିଦ୍‌ କରିଛନ୍ତି । ବିଶେଷ କରି ଆଦିବାସୀ ହାଟରେ ମିଳୁଥିବା ଝୁଣା, ହରିଡ଼ା, ବାହାଡ଼ା, ହଳଦୀ ଓ ବିଭିନ୍ନ ପ୍ରକାର ଜୈବିକ ସାମଗ୍ରୀ ପ୍ରତି ଲୋକେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।

ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସେମାନଙ୍କୁ କିଭଳି ଜୈବିକ ସାମଗ୍ରୀ ଯୋଗାଯାଇ ପାରିବ ସେଥି ପାଇଁ ମେଳାରେ ଯୋଗ ଦେଇଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ସ୍ୱତନ୍ତ୍ର ଭାବେ ପଦକ୍ଷେ ପ ଗ୍ରହଣ କରାଯାଉଛି ।

ଚଳିତବର୍ଷ ଆଦିବାସୀ ମେଳାରେ ସର୍ବାଧିକ ୨୬୨ଟି ଷ୍ଟଲ ନିର୍ମାଣ ହୋଇଥିଲେ ମଧ୍ୟ ପ୍ରଶସ୍ତ ସ୍ଥାନ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବାରୁ ଚଳିତ ବର୍ଷ ମେଳାକୁ ବହୁ ସଂଖ୍ୟକ ଦର୍ଶକ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଜନରାଜ୍ୟ ଦିବସଠାରୁ ସ୍ଥାନୀୟ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ଆଦିବାସୀ ମେଳା-୨୦୨୦ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ।

Comments are closed.